pakka

ତିନୋଟି ବୁଥରେ ମତଦାନ ସ୍ଥଗିତ

bbehera

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ପ୍ରଥମ ପର୍ୟ୍ୟାୟରେ ଭୋଟ ଚାଲୁ ରହିଥିବା ବେଳେ ଭୋଟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ତିନୋଟି ବୁଥରେ ମତଦାନ ସ୍ଥଗିତ ରହିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଧର୍ମଶାଳା ବ୍ଲକର ଅରାବଳ ପଂଚାୟତରେ ଗୋଟିଏ ବୁଥ ଓ ଦେଓଦା ପଂଚାୟତର ଦୁଇଟି ବୁଥରେ ମତଦାନ ଚାଲିଥିବା ବେଳେ କିଛି ଲୋକ ଜୋର ଜବରଦସ୍ତ ବୁଥରେ ଭୋଟ ଦେବା ସହ ବୁଥ ରାଗିଂ କରୁଥିବା ବେଳେ ଏହାକୁ ଆଉ ଏକ ଗୋଷ୍ଠୀ ପ୍ରତିବାଦ କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଯାଜପୁର ଜିଲ୍ଲାପାଳ ଓ ଏସ୍‌ପି ପହଂଚି ସ୍ଥିତି ପରଖିଥିଲେ । ସ୍ଥିତି ସ୍ୱାଭାବିକ ରହିଥିବା ବେଳେ ପୋଲିସ ମୁତୟନ ହୋଇଛନ୍ତି । ଏନେଇ ତିନୋଟି ବୁଥରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଥିବା କୁହାଯାଇଛି ।

jay balangir
Leave A Reply

Your email address will not be published.

three × one =