pakka

ଚୀନ୍ ପରେ ବର୍ତ୍ତମାନ ଭାରତ ସୀମା ନିକଟରେ ନିର୍ମାଣ କାର୍ଯ୍ୟ କରିବାକୁ ପାକିସ୍ତାନର ଉଦ୍ୟମ

bbehera

ନୂଆଦିଲ୍ଲୀ : ଚୀନ୍ ପରେ ବର୍ତ୍ତମାନ ପାକିସ୍ତାନ ମଧ୍ୟ ଭାରତୀୟ ସୀମା ନିକଟରେ ନିର୍ମାଣ କାର୍ଯ୍ୟ କରିବାକୁ ଚେଷ୍ଟା କରିଛି । ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ଟିଟୱାଲ୍ ସେକ୍ଟରରେ ଏଲ୍‌ଓସି ପାର୍ଶ୍ୱରେ ୫୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଏହି ନିର୍ମାଣ କାର୍ୟ୍ୟ ଚାଲିଥିଲା । ମଙ୍ଗଳବାର ଦିନ ଯେତେବେଳେ ଭାରତୀୟ ସେନା ଏହି ବିଷୟରେ ଜାଣିଲା, ସେତେବେଳେ ପାକିସ୍ତାନୀ ସୈନିକମାନଙ୍କୁ ମାଇକ୍‌ରେ ଚେତାବନୀ ଦିଆଯାଇଥିଲା, ଯାହା ଶୁଣିବା ପରେ ପାକିସ୍ତାନ ନିର୍ମାଣ କାର୍ୟ୍ୟ ବନ୍ଦ କରି ଦେଇଛି । ସୂଚନାଯୋଗ୍ୟ ଯେ, ପାକିସ୍ତାନର ଏହି କାର୍ୟ୍ୟ ଏଲ୍‌ଓସି ପ୍ରୋଟୋକଲ ବିରୁଦ୍ଧରେ ।

ମାଇକ୍‌ରେ ଘୋଷଣା କରି ଭାରତୀୟ ସେନାର ଅଧିକାରୀମାନେ କହିଛନ୍ତି, ‘ଏହି ନିର୍ମାଣ ବନ୍ଦ କର, ଯଦି ତୁମେ ଆମ କଥା ଶୁଣିବ ନାହିଁ, ତେବେ ଆମକୁ ଆହୁରି ପଦକ୍ଷେପ ନେବାକୁ ପଡ଼ିବ । ପ୍ରୋଟୋକଲ୍ ଅନୁଯାୟୀ, ଏହି ସ୍ଥାନରେ ଆପଣମାନେ କିଛି ନିର୍ମାଣ କାର୍ୟ୍ୟ କରିପାରିବେ ନାହିଁ, ତେଣୁ ଏହି କାମ ବନ୍ଦ କରନ୍ତୁ । ଆପଣ ୫୦୦ ମିଟର ମଧ୍ୟରେ ନିର୍ମାଣ କାର୍ୟ୍ୟ କରୁଛନ୍ତି । ଆମେ ଆପଣଙ୍କୁ ବାରମ୍ବାର ଅନୁରୋଧ କରୁଛୁ, ଯଦି ଆପଣ ବର୍ତ୍ତମାନ କାର୍ୟ୍ୟ ବନ୍ଦ ନକରନ୍ତି, ତେବେ ଆମେ ଆଉ ଅନୁରୋଧ କରିବୁ ନାହିଁ । ଆମକୁ ଅନ୍ୟ କାର୍ୟ୍ୟ ମଧ୍ୟ କରିବାକୁ ପଡିବ ।

ସେନା ବ୍ୟତୀତ ଟିଟୱାଲ ସେକ୍ଟରରେ ରହୁଥିବା ଗ୍ରାମବାସୀ ମାଇକ୍‌ରେ ପାକିସ୍ତାନର ନିର୍ମାଣ କାର୍ୟ୍ୟ ବନ୍ଦ କରିବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଗ୍ରାମବାସୀ ମଧ୍ୟ ମାଇକ୍ ଉପରେ ଏକ ଘୋଷଣା କରି ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଏହି ନିର୍ମାଣ କାର୍ୟ୍ୟ ବନ୍ଦ କରାଯାଉ ।

ତେବେ ମଙ୍ଗଳବାର ନିଜେ ଗ୍ରାମବାସୀ ଭାରତୀୟ ସେନାକୁ ପାକିସ୍ତାନୀର ଏହି ନିର୍ମାଣ ବିଷୟରେ ସୂଚନା ଦେଇଥିଲେ । ଏହା ପରେ ଅଧିକାରୀମାନେ ପାକିସ୍ତାନୀମାନଙ୍କୁ ମାଇକ୍‌ରେ ଚେତାବନୀ ଦେଇଥିଲେ ।

Leave A Reply

Your email address will not be published.

one + 9 =