ବିହାରରେ ରେଳ ନିଯୁକ୍ତି ଅନିୟମିତତା ଅଭିଯୋଗରେ ତୃତୀୟ ଦିନ ପାଇଁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି, ଟ୍ରେନରେ ନିଆଁ ଲଗାଇଲେ

ପାଟନା : ରେଳ ନିଯୁକ୍ତି (ଆର୍‌ଆର୍‌ବି-ଏନ୍‌ଟିପିସି)ରେ ଅନିୟମିତତା ବିରୋଧରେ ଗାୟାରେ ଛାତ୍ରମାନେ ଜବର୍‌ଦସ୍‌ସ୍ତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭକାରୀମାନେ ଟ୍ରେନ୍ କୋଚ୍ ଜାଳି ଦେଇଥିବା ମଧ୍ୟ ଜଣାପଡ଼ିଛି । ଗୟା ଏସଏସପି ଆଦିତ୍ୟ କୁମାର କହିଛନ୍ତି ଛାତ୍ରମାନେ କାହାର କଥାରେ ପଡ଼ି ଉତ୍ତେଜିତ ହେବା ଉଚିତ୍ ନୁହେଁ । ରେଳବାଇ ଏକ କମିଟି ଗଠନ କରିଛି, ଯାହାର ତଦନ୍ତ ହେବ । କିଛି ଛାତ୍ରଙ୍କୁ ଚିହ୍ନଟ କରାଯାଇ ସାରିଛି । ଏହି ପରିପ୍ରେକ୍ଷୀରେ କାର୍ଯ୍ୟାନୁଷ୍ଠାନ ଚାଲିଛି । ଛାତ୍ରମାନଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ବର୍ତ୍ତମାନ ଉଭୟ ପରୀକ୍ଷା ଏନ୍‌ଟିପିସି ଏବଂ ଲେବେଲ୍‌-୧ ଉପରେ ପ୍ରତିବନ୍ଧକ ଲଗାଇଛି । ରେଳ ମନ୍ତ୍ରଣାଳୟ ଏକ କମିଟି ଗଠନ କରିଛି, ଯାହା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଏବଂ ବିଫଳ ଛାତ୍ରମାନଙ୍କ ମତାମତ ଶୁଣିବ । ଏହା ପରେ ଏହାର ରିପୋର୍ଟ ରେଳ ମନ୍ତ୍ରଣାଳୟକୁ ଦାଖଲ କରାଯିବ ।

Leave A Reply

Your email address will not be published.

2 + sixteen =

error: Content is protected !!