ଆୟକର ବିଭାଗ ଦଳ ରବର୍ଟ ଭଦ୍ରାଙ୍କ ଘରେ ପହଞ୍ଚିଲେ : ବେନାମୀ ସମ୍ପତ୍ତି ମାମଲାରେ ତଦନ୍ତ

ନୂଆଦି‌ଲ୍ଲୀ : ବେନାମୀ ସମ୍ପତ୍ତି ମାମଲାରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଆୟକର ବିଭାଗର ଅଧିକାରୀମାନେ ପଚରା ଉଚରା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆୟକର ବିଭାଗ ରବର୍ଟ ଭଦ୍ରାଙ୍କୁ ନୋଟିସ ପଠାଇଥିଲେ ମଧ୍ୟ ସେ ଆୟକର କାର୍ୟ୍ୟାଳୟରେ ପହଞ୍ଚି ନଥିଲେ । ଏହା ପରେ ଅଧିକାରୀ ସିଧାସଳଖ ରବର୍ଟ ଭଦ୍ରାଙ୍କ କାର୍ୟ୍ୟାଳୟରେ ପହଞ୍ଚି ତାଙ୍କ ବିବୃତ୍ତି ରେକର୍ଡ କରାଯାଉଛି ।

ଆୟକର ବିଭାଗର ସୂତ୍ର ଅନୁଯାୟୀ, ଦକ୍ଷିଣ ପୂର୍ବ ଦିଲ୍ଲୀର ସୁଖଦେବ ବିହାର କାର୍ୟ୍ୟାଳୟରେ ରୋବର୍ଟ ଭଦ୍ରାଙ୍କ ବିବୃତ୍ତି ରେକର୍ଡ କରାଯାଇଛି । ସୂତ୍ରରୁ ପ୍ରକାଶ ଯେ, ଇନକମ ଟ୍ୟାକ୍ସ ଦଳ ବିକାନେର ଏବଂ ଫରିଦାବାଦ ଜମି ସ୍କାମ ମାମଲାରେ ରବର୍ଟ ଭଦ୍ରାଙ୍କୁ ପଚରା ଉଚରା କରୁଛି ।

ଅଭିଯୋଗ ଅନୁଯାୟୀ, ରବର୍ଟ ଭଦ୍ରାଙ୍କ ଫାର୍ମ ସନ୍‌ ଲାଇଟ୍‌ ହସ୍‌ପିଟାଲିଟି ରାଜସ୍ଥାନର ବିକାନେରରେ ଏକ ଜମି ସ୍କାମ କରିଛି । ଅନୁସନ୍ଧାନକାରୀ ଏଜେନ୍ସି ଅନୁଯାୟୀ, ଭଦ୍ରା ମାଲିକାନା ସ୍କାଏଲାଇଟ୍ ହସ୍‌ପିଟାଲିଟି ୬୯.୫୫ ହେକ୍ଟର ଜମି ୭୨ ଲକ୍ଷ ଟଙ୍କାରେ କିଣିଥିଲା ​​ଏବଂ ପରେ ଏହାକୁ ଆଲେଗେନି ଫିନଲେସ୍ କୁ ୫.୧୫ କୋଟିରେ ବିକ୍ରି କରିଥିଲା । ଏଥିରେ ୪.୪୩ କୋଟି ଟଙ୍କା ଲାଭ କରିଛି ।

ରବର୍ଟ ଭଦ୍ରା କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କ ତ୍‌ତ୍ୱାଇଁ ଏବଂ ସେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ବିବାହ କରିଛନ୍ତି । କୁହାଯାଉଛି ଯେ, କରୋନା ମହାମାରୀ ହେତୁ ରବର୍ଟ ଭଦ୍ରା ଆୟକର ବିଭାଗର ଅନୁସନ୍ଧାନରେ ଯୋଗ ଦେଇ ପାରିଲେ ନାହିଁ । ଆୟକର ବ୍ୟତୀତ ଏନଫୋର୍ସମେଣ୍ଟ ବିଭାଗ (ଇଡି) ରବର୍ଟ ଭଦ୍ରାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି ।

ଲଣ୍ଡନ ସ୍ଥିତ ସମ୍ପତ୍ତି କ୍ରୟ ପାଇଁ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଭଦ୍ରା ବ୍ରାଇନ୍‌ଷ୍ଟନ୍‌ ସ୍କୋୟାରରେ ୧.୯ ମିଲିୟନ୍ ଡଲାରର ଏକ ଘର କିଣିଥିବା ଅଭିଯୋଗ ହୋଇଛି । ରବର୍ଟ ଭଦ୍ରା ବର୍ତ୍ତମାନ ଜାମିନରେ ଅଛନ୍ତି ।

Leave A Reply

Your email address will not be published.

twelve + fourteen =

error: Content is protected !!