pakka

ବିଶ୍ୱାସ ନହେଲେ ବି ସତ : ମେକ୍ସିକୋ ସମୁଦ୍ରରେ ନିଆଁ, ଭିଡ଼ିଓ ଭାଇରାଲ୍‌

bbehera

ନୂଆଦିଲ୍ଲୀ : ସାଧାରଣତଃ ଜଳ ଏବଂ ନିଆଁ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ବିବେଚନା କରାଯାଇଥାଏ । କିନ୍ତୁ ଏହି ଦୁନିଆରେ କୌଣସି ବି ଅଦ୍‌ଭୂତ ଘଟଣା ଘଟିପାରେ । କୌଣସି ବି ଘଟଣାକୁ ଅସମ୍ଭବ ବୋଲି କୁହାଯାଇ ନପାରେ ଜଗତରେ ବୋଲି ମହାନ୍‌ ଦାର୍ଶନିକମାନେ ମତ ଦେଇ ଆସିଛନ୍ତି । ପୁଣି ବର୍ତ୍ତମାନ ଡିଜିଟାଲ୍‌ ଯୁଗରେ ସୋସିଆଲ ମିଡିଆରେ କ’ଣ କେତେବେଳେ ଭାଇରାଲ୍‌ ହେବ, ତାର ବି କିଛି ଗଣନା କରାଯାଇ ପାରିବ ନାହିଁ । ନିକଟରେ ମେକ୍ସିକୋ ସମୁଦ୍ରରେ ନିଆଁ ଲାଗିବାର ଭିଡିଓ ବହୁତ ଭାଇରାଲ ହୋଇଛି । ଏହି ଅଜବ୍‌ ଭିଡିଓକୁ ୫ କୋଟିରୁ ଅଧିକ ଲୋକ ଦେଖିଛନ୍ତି ଓ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଯଦି କୁହାଯିବ, ସମୁଦ୍ରରେ ନିଆଁ ଲାଗିଗଲା, ତେବେ ଏହା ବିଶ୍ୱାସଯୋଗ୍ୟ ନ ହେଲେ ବି ଏହି ଘଟଣାଟି ସଂପୂର୍ଣ୍ଣ ସତ । ମେକ୍ସିକୋ ଗଲ୍ଫରେ (ଗଲ୍ଫ ଅଫ୍‌ ମେକ୍ସିକୋ ଫାୟାର)ରେ ଏହି ଘଟଣା ଘଟିଛି । ସୋସିଆଲ ମିଡିଆ ସାଇଟ୍‌ ଟ୍ୱିଟରରେ ଏହାର ଏକ ଚମତ୍କାର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଅବଶ୍ୟ ବିଶ୍ୱାସ କରିବା କଷ୍ଟକର । ଏହି ଭିଡିଓରେ ସମୁଦ୍ରରେ ନିଆଁ ଜଳୁଥିବା ଦେଖାଯାଉଛ ।

ଏହି ଆଶ୍ଚର୍ଯ୍ୟଜନକ ଘଟଣା ଶୁକ୍ରବାର ମେକ୍ସିକୋର ୟୁକାଟନରେ ଘଟିଛି । ଏଠାରେ ତରଳ ଲାଭା ସମୁଦ୍ର ଉପରେ ଭାସୁଥିବା ଦେଖାଯାଇଥିଲା । ଭାଇରାଲ୍‌ ଭିଡିଓରେ ସମୁଦ୍ର ପୃଷ୍ଠରେ ଉଠୁଥିବା ନିଆଁ ଦେଖିବାକୁ ମିଳିଛି । ନୀଳ ସମୁଦ୍ର ମଧ୍ୟରେ କମଳା ରଙ୍ଗର ନିଆଁ ଦୂର ଦୂର ଯାଏଁ ବିସ୍ତାର ହେଉଥିବା ଯଦିବି ଅତ୍ୟନ୍ତ ଅଦ୍ଭୁତ ଅଟେ, ତଥାପି ଏହି ଘଟଣାର ଭିଡ଼ିଓ ଭାଇରାଲ୍‌ ଏହାର ସତ୍ୟତାକୁ ପ୍ରମାଣିତ କରୁଥିବା କୁହାଯାଇଛି । ସମୁଦ୍ର ମଧ୍ୟଭାଗରେ ଥିବା ଅଣ୍ଡର୍‌ ୱାଟର୍‌ ପାଇପ୍‌ ଲାଇନ୍‌ରୁ ଗ୍ୟାସ ଲିକ୍‌ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି ।

jay balangir
Leave A Reply

Your email address will not be published.

fifteen − 7 =

error: Content is protected !!