ଦେଶରେ ସକ୍ରିୟ ସଂକ୍ରମିତ ମାମଲା ହ୍ରାସ ଧାରା ଅବ୍ୟାହତ

• ମୋଟ ପଜିଟିଭ୍ ମାମଲାର ମାତ୍ର ୧୨.୧୦% ସକ୍ରିୟ ମାମଲା
• କ୍ରମାଗତ ଚତୁର୍ଥ ଦିନରେ ମଧ୍ୟ ଗତକାଲି ସକ୍ରିୟ ମାମଲା ୯ ଲକ୍ଷରୁ ତଳେ

ନୂଆଦିଲ୍ଲୀ, (ପିଆଇବି) : ଭାରତରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟାରେ ନିମ୍ନମୁଖୀ ଧାରା ଜାରି ରହିଛି । ସକ୍ରିୟ ମାମଲା ୯ ଲକ୍ଷରୁ ତଳକୁ ଖସିବା ପରେ କ୍ରମାଗତ ଚତୁର୍ଥ ଦିନ ପାଇଁ ଏହା ଅବ୍ୟାହତ ରହିଛି।
ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୧୨.୧୦% ସକ୍ରିୟ ମାମଲା ରହିଛି, ଯାହାକି ୮,୬୧,୮୫୩ ।
ଭାରତରେ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ ପାଖାପାଖି ୬୧.୫ ଲକ୍ଷ (୬୧,୪୯,୫୩୫) ରହିଛି । ପଜିଟିଭ୍ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ୫୨,୮୭,୬୮୨ ରହିଛି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୧,୫୫୯ ଜଣ ସୁସ୍ଥ ହୋଇଥିବା ବେଳେ ନୂଆ ପଜିଟିଭ୍ ମାମଲା ରହିଛି ୬୬,୭୩୨ । ଜାତୀୟ ଆରୋଗ୍ୟ ହାର ୮୬.୩୬%କୁ ବୃଦ୍ଧି ପାଇଛି ।
ନୂଆ ସୁସ୍ଥଙ୍କ ମଧ୍ୟରୁ ୭୭% ଆସିଛି ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଦିନକରେ ୧୦ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ୬୬,୭୩୨ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ତନ୍ମଧ୍ୟରୁ ୮୧% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ମହାରାଷ୍ଟ୍ରରେ ଏବେ ମଧ୍ୟ ଦିନକରେ ଅଧିକ ପଜିଟିଭ୍ ଅର୍ଥାତ ୧୦ ହଜାର ମାମଲା ସାମ୍ନାକୁ ଆସିଥିବା ବେଳେ କର୍ଣ୍ଣାଟକ ଓ କେରଳରୁ ୯ ହଜାର ଲେଖାଏଁ ମାମଲା ଚିହ୍ନଟ କରାଯାଇଛି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ୮୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ୮୫% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।
୩୭%ରୁ ଅଧିକ (୩୦୯ ମୃତ୍ୟୁ) ମୃତ୍ୟୁ ମାମଲା କେବଳ ମହାରାଷ୍ଟ୍ରରୁ ଆସିଛି ।

Leave A Reply

Your email address will not be published.