ଛାତ୍ରଛାତ୍ରୀମାନେ ଆଇନ ହାତକୁ ନେବା ଉଚିତ ନୁହେଁ, ଅଭିଯୋଗ ପାଇଁ କମିଟି ଗଠନ କରାଯାଇଛି : କହିଲେ କେନ୍ଦ୍ର ରେଳ ମନ୍ତ୍ରୀ

ନୂଆଦିଲ୍ଲୀ : ରେଳବାଇ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ପରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ବିବୃତ୍ତି ଆସିଛି । ତାଙ୍କ ବିବୃତ୍ତିରେ ସେ ଛାତ୍ରମାନଙ୍କୁ ଆଇନ ହାତକୁ ନ ନେବାକୁ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ, ଆମେ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନେଇଛୁ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ମୁଁ ମୋର ଛାତ୍ର ବନ୍ଧୁମାନଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ, ରେଳବାଇ ତୁମର ସମ୍ପତ୍ତି, ତୁମେ ତୁମର ସମ୍ପତ୍ତିର ଯତ୍ନ ନେବା ଉଚିତ୍‌ । ଆମେ ଛାତ୍ରଛାତ୍ରୀଙ୍କର ସମସ୍ତ ଅଭିଯୋଗ ଉପରେ ଏକ ଗମ୍ଭୀରତାର ସହ ଦୃଷ୍ଟି ଦେବୁ । ସେ କହିଛନ୍ତି ଯେ, କୌଣସି ଛାତ୍ର ଆଇନ ହାତକୁ ନେବା ଉଚିତ୍‌ ନୁହେଁ । କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି ଯେ, କିଛି ଲୋକ ଏହାର ଫାଇଦା ଉଠାଉଛନ୍ତି । ମୁଁ ସେମାନଙ୍କୁ ଅନୁରୋଧ କରିବି ଯେ, ଛାତ୍ରଛାତ୍ରୀଙ୍କୁ ଦ୍ୱନ୍ଦରେ ପକାନ୍ତୁ ନାହିଁ । ଏହା ଛାତ୍ର ଓ ଦେଶର ମାମଲା । ଆମେ ଏହାକୁ ସମ୍ବେଦନଶୀଳ ଭାବରେ ଗ୍ରହଣ କରିବା ଉଚିତ୍‌ । କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି ଯେ, ରେଳବାଇ ନିଯୁକ୍ତି ବୋର୍ଡର ଚେୟାରମ୍ୟାନ୍‌ଙ୍କୁ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଶୁଣିବାକୁ କୁହାଯାଇଛି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ସଂଗ୍ରହ କରାଯାଇ କମିଟି ନିକଟକୁ ପଠାଯିବ । ଏହି କମିଟି ଦେଶର ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ଶୁଣିବ ।

Leave A Reply

Your email address will not be published.

1 + eighteen =

error: Content is protected !!