ଭାରତ ଦେଉନାହିଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର ସଠିକ୍‌ ରିପୋର୍ଟ : ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ୱାସିଂଟନ୍‌ : ଭାରତ ଦେଉନାହିଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର ସଠିକ୍‌ ରିପୋର୍ଟ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ଼ ଟ୍ରମ୍ପ ଆରୋପ ଲଗାଇଛନ୍ତି । ନିର୍ବାଚନ ପୂର୍ବରୁ ଆୟୋଜିତ ପ୍ରଥମ ପ୍ରେସିଡେନ୍‌ସିଆଲ୍‌ ଡିବେଟ୍‌ରେ ଭାରତ ଉପରେ ଏଭଳି ଆରୋପ ପ୍ରଦର୍ଶନ କରିଛନ୍ତି । ସେ ନିଜର ପ୍ରତିଦ୍ୱନ୍ଦୀ ଜୋ.ବାଇଡେନ୍‌ଙ୍କ ପ୍ରଶ୍ନ ଉପରେ କହିଲେ ଯେ, ଆପଣମାନେ ଜାଣି ନାହାନ୍ତି ଭାରତ, ଚୀନ ଏବଂ ରୁଷରେ କରୋନା ସଂକ୍ରମଣ ଯୋଗୁଁ କେତେ ଲୋକ ମରିଛନ୍ତି । ଭାରତ, ଚୀନ ଏବଂ ରୁଷ ମୃତକଙ୍କ ସଠିକ୍‌ ସଂଖ୍ୟା ପ୍ରଦର୍ଶନ କରୁନାହିଁ । ରାଷ୍ଟ୍ରପତି ଟ୍ରମ୍ପ ନିଜର ପ୍ରତିଦ୍ୱନ୍ଦୀଙ୍କ ଉପରେ ବର୍ଷିବାର ଉପକ୍ରମରେ କହିଛନ୍ତି ଯେ, ଯଦି ଆମେରିକାର ରାଷ୍ଟ୍ରପତି ବାଇଡେନ୍‌ ହୋଇଥାନ୍ତେ, ତେବେ ଆମେରିକାରେ ଅତିକମ୍‌ରେ ୨୦ ଲକ୍ଷ ଲୋକ ମୃତ୍ୟୁବରଣ କରିଥାନ୍ତେ । ତେବେ ବାଇଡେନ୍‌ ମଧ୍ୟ ଟମ୍ପଙ୍କ ଉପରେ ବକ୍ରୋକ୍ତି ରଖି କହିଛନ୍ତି, ଟ୍ରମ୍ପ ଅପେକ୍ଷା ଏବଂ ଅପେକ୍ଷା କଲେ, ତାଙ୍କ ପାଖରେ ଏବେ ବି କୌଣସି ଯୋଜନା ନାହିଁ । ଏପରିକି ଫଣ୍ଡ୍‌ ବି ନାହିଁ, ଯେଉଁଥିରେ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ । ତେବେ ଯୁକ୍ତିତର୍କରେ ଟ୍ରମ୍ପ ଖୋଲାଖୋଲି ଆରୋପ ଲଗାଇଛନ୍ତି ଯେ, ଭାରତ, ଚୀନ ଏବଂ ରୁଷ କରୋନାରେ ମୃତକଙ୍କ ସଂଖ୍ୟା ସଠିକ୍‌ ଭାବରେ ଦେଇନାହାନ୍ତି ।

Leave A Reply

Your email address will not be published.