ବୁର୍ଲା ଡ଼ାକ୍ତରଖାନା ପରିସରରେ ଏଭଳି ଯୋଜନାହୀନ ନିର୍ମାଣ କାହିିଁକି : ସାଧାରଣରେ ପ୍ରଶ୍ନ

ସମ୍ବଲପୁର, (ଦାମୋଦର ପଣ୍ଡା) : ବୁର୍ଲା ଡ଼ାକ୍ତରଖାନା ପରିସରରେ ଯୋଜନାହୀନ ଭାବେ ନିର୍ମାଣ ଚାଲିଛି ବହୁ ତାଲା କୋଠା, ଯେମିତି ପାଞ୍ଚ ମହଲା ବିଶିଷ୍ଟ ନୂତନ ମେଡ଼ିସିନ୍ ୱାର୍ଡ । ରୋଗୀମାନଙ୍କୁ ଚିକିତ୍ସା ପାଇଁ ୱାର୍ଡକୁ ନେବା ଆଣିବାରେ ବହୁ ସମସ୍ୟାର ସମ୍ମଖୀନ ହେଉଛନ୍ତି । ଏଠାରେ ଥିବା ଦୁଇଟି ଲିଫ୍ଟ ପ୍ରାୟତଃ ଅଚଳ ରହିଛି । ଏହାକୁ ଦୃଷ୍ଟିରେ ରଖି ଏବେ ପୁଣି ରେମ୍ପ୍‌ ନିର୍ମାଣ ପାଇଁ ୧ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟ କରାଯିବ। କହିବାର କଥା, ମୂଳ କୋଠା ନିର୍ମାଣ ବେଳେ ଏ ଦିଗରେ ଚିନ୍ତ। କରାଗଲା ନାହିଁ କାହିକି ?
ଠିକ୍ ସେମିତି୧୮ କୋଟି ଟଙ୍କା ବ୍ୟୟରେ ନଅ ମହଲା ଅଟ୍ଟାଳିକା ନିର୍ମାଣର ପାଞ୍ଚ ବର୍ଷ ପରେ ବି ଅବ୍ୟବହୃତ ହୋଇ ପଡ଼ି ରହିଥିବା ଏହି କୋଠାରେ ଏବେ କୋଭିଡ ହସ୍ପିଟାଲ୍ କରାଯାଉଛି । ସେଥିପାଇଁ ରାସ୍ତା ନିର୍ମାଣ ସହ ଅନ୍ୟାନ୍ୟ ସୁବିଧା କରାଯାଉଅଛି, ଏସବୁ ଆଗରୁ କାହିଁକି କରାଯାଉନାହିଁ , ତାହା ହିଁ ମୂଳ ପ୍ରସଙ୍ଗ ।

Leave A Reply

Your email address will not be published.