pakka

ଅଦ୍‌ଭୂତ ପ୍ରେମ : ୮୨ ବର୍ଷିୟ ଚୌକିଦାରଙ୍କ ପ୍ରେମ କାହାଣୀ, ତାଙ୍କ ପ୍ରଥମ ପ୍ରେମ ୫୦ ବର୍ଷ ପରେ ଫେରିବ

ନୂଆଦି‌ଲ୍ଲୀ : ଜୀବନର ପ୍ରଥମ ପ୍ରେମକୁ ଭୁଲିଯାଅ ନାହିଁ । ଏହା ପୁଣି ଦୀର୍ଘ ୫୦ ବର୍ଷ ପରେ ଫେରି ଆସିବ, ଏଭଳି ଦୃଶ୍ୟ ବର୍ତ୍ତମାନ ପର୍ୟ୍ୟନ୍ତ କେବଳ ସିନେ ପରଦାରେ ଦେଖାଯାଇଥିଲା । କି‌ନ୍ତୁ ଏବେ ବା‌ସ୍ତବରେ ଏଭଳି ଏକ କାହାଣୀ ନଜର୍‌କୁ ଆସିଛି । ତେବେ, ଏହି କାହାଣୀ ଜୟସଲମରର ଏକ ନିଛାଟିଆ ଗାଁ କୁଲଧରାରେ ବାସ୍ତବତାର ରୂପ ନେଇଛି ।

୮୨ ବର୍ଷିୟ ଜଣେ ଚୌକିଦାର ପୁଣି ଥରେ ୫୦ ବର୍ଷ ପରେ ତାଙ୍କର ପ୍ରଥମ ପ୍ରେମକୁ ପାଇଛନ୍ତି । ୭୦ ଦଶକରେ ଜୟସଲମେରରେ ଦେଖା ହୋଇଥିବା ଜଣେ ଯୁବତୀ ମାରିନା ତାଙ୍କୁ ‘ଆଇ ଲଭ୍‌ ୟୁ’ କହି ନିଜ ଦେଶକୁ ଚାଲି ଯାଇଥିଲେ । ବର୍ତ୍ତମାନ ସେ ଚିଠି ଲେଖି ୮୨ ବର୍ଷିୟ ଜଣେ ଚୌକିଦାରଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

କୌତୁହଳର ବିଷୟ ଯେ, ମାରିନା ଏପର୍ୟ୍ୟନ୍ତ ବିବାହ କରିନାହାଁନ୍ତି । ଚୌକିଦାର ପୁରା କାହାଣୀକୁ ହ୍ୟୁମାନ୍ସ ଅଫ୍ ବମ୍ବେ ଫେସବୁକ୍ ପେଜରେ ବର୍ଣ୍ଣନା କରିଛନ୍ତି । କୁହାଯାଇଛି, ଯେତେବେଳେ ସେ ମାରିନାଙ୍କୁ ପ୍ରଥମେ ଭେଟିଥିଲେ, ସେତେବେଳେ ତାଙ୍କୁ ୩୦ ବର୍ଷ ହୋଇଥିଲା । ମାରିନା ମରୁଭୂମି ପରିଭ୍ରମଣ ପାଇଁ ଆସିଥିଲେ । ସେହି ପାଞ୍ଚ ଦିନିଆ ଯାତ୍ରାରେ ଚୌକିଦାର ଜଣକ ତାଙ୍କୁ ଓଟ ଯାତ୍ରା ଶିଖାଇଥିଲେ । ତା’ପରେ ପରସ୍ପରକୁ ସେମାନେ ହୃଦୟ ବାଂଟିଥିଲେ ।

ଚୌକିଦାରଙ୍କ ଅନୁଯାୟୀ, ଫେରିବା ପୂର୍ବରୁ ମାରିନା ମୋତେ ତିନୋଟି ଯାଦୁକରୀ ଶବ୍ଦ କହିଥିଲେ – ‘ଆଇ ଲଭ୍‌ ୟୁ’ । ମୁଁ ଏହା ଶୁଣି ଲଜ୍ଜିତ ହେଲି, କିନ୍ତୁ ମୋର ଭାବନାକୁ ପ୍ରକାଶ କରିପାରିଲି ନାହିଁ । କିନ୍ତୁ ମାରିନା ବୋଧହୁଏ ସବୁକିଛି ବୁଝିଥିଲେ । ମାରିନାଙ୍କୁ ଭେଟିବା ପାଇଁ ସେ ୩୦ ହଜାର ଟଙ୍କା ଖର୍ଚ କରି ମେଲବର୍ଣ୍ଣ ଯାଇଥିଲେ । କିନ୍ତୁ ମାରିନା ଚାହୁଁଥିଲେ ଯେ ବିବାହ ପରେ ସେ ଏଠାରେ ରୁହନ୍ତୁ, ଯାହା ତାଙ୍କ ପାଇଁ ଗ୍ରହଣୀୟ ନଥିଲା । ଏହି ସମୟରେ ଗୋଟିଏ ପ୍ରକାର ସମ୍ପର୍କ ସମାପ୍ତ ହୋଇ ଯାଇଥିଲା । ସେ ଭାରତ ଫେରି ନିଜ ଘରେ ବସବାସ କଲେ ।

ଚୌକିଦାର ଜଣକ ପ୍ରାୟ ଏକ ମାସ ପୂର୍ବରୁ ମରିନାଙ୍କ ଚିଠି ପାଇଥିଲେ, ତେଣୁ ତାଙ୍କ ପାଇଁ ଖୁସିର ସୀମା ନଥିଲା । ସେ କହିଛନ୍ତି, ଯେତେବେଳେ ସେ ଚିଠି ପଢ଼ିଲେ ସେତେବେଳେ ସେ ବହୁତ ଖୁସି ହୋଇଥିଲେ । ସେ କହିଛ‌ନ୍ତି ଯେ, ମୁଁ ପୁଣି ୨୧ର ବର୍ଷ ହୋଇଗଲି । ସୂଚନା ଯୋଗ୍ୟ ଯେ, ତାଙ୍କର ଦୁଇଟି ବିବାହିତ ପୁଅ ଅଛନ୍ତି । ଏଥିସହ ପତ୍ନୀଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.

three × 4 =