pakka

ଦୂରଦର୍ଶନର ଲୋକପ୍ରିୟ ଉପସ୍ଥାପିକା କାନୁପ୍ରିୟାଙ୍କ ଦେହାନ୍ତ

bbehera

ନୂଆଦିଲ୍ଲୀ : କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଦେଶରେ ପ୍ରାଧାନ୍ୟ ବିସ୍ତାର କରି ଚାଲିଛି । ଦିନକୁ ଦିନ ମହାମାରୀ ବିଷୟରେ ଯନ୍ତ୍ରଣାଦାୟକ ଖବର ଆସୁଛି । ଗତ କିଛି ଦିନ ହେବ ଏହି ମହାମାରୀ ଯୋଗୁଁ ଦେଶ ଅନେକ ସେଲିବ୍ରିଟିଙ୍କୁ ହରାଇ ସାରିଛି । ବର୍ତ୍ତମାନ ଦୂରଦର୍ଶନର ଜଣାଶୁଣା ନ୍ୟୁଜ୍ ଆଙ୍କର୍ କାନୁପ୍ରିୟାଙ୍କ ଦେହାନ୍ତ ହୋଇଥିବା ଖବର ଆସିଛି । ସେ କରୋନା ସଂକ୍ରମଣରେ ପୀଡିତ ଥିଲେ ।

କାନୁପ୍ରିୟା ଭଲ ଆଙ୍କର୍ ସହ ଜଣେ ସୁନ୍ଦର ଅଭିନେତ୍ରୀ ମଧ୍ୟ ଥିଲେ । ତାଙ୍କର ଘନିଷ୍ଠ ସହଯୋଗୀ ନୋନା ୱାଲିଆ ସୋସିଆଲ ମିଡିଆରେ ଦୁଃଖଦ ଖବର ସେୟାର କରିଥିଲେ । କାନପୁରିଆ ଦୁଇ ଦିନ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରି କହିଥିଲେ ଯେ, ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସମସ୍ତଙ୍କ ପ୍ରାର୍ଥନା ଆବଶ୍ୟକ । କମ୍ ଅମ୍ଳଜାନ ସ୍ତର ଏବଂ ଜ୍ୱର ଯୋଗୁଁ କାନୁପ୍ରିୟାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.

4 × four =