jayashree

ବାସଭରାଜ ବୋମ୍ମାଇ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଜେପି ବିଧାନସଭା ଦଳ ମଙ୍ଗଳବାର ଦିନ ବାସଭାରାଜ ବୋମ୍ମାଇଙ୍କୁ ନୂତନ ନେତା ଭାବରେ ମନୋନୀତ କରିଛି ଏବଂ ସେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହେବେ । କିଛି ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶ୍ରୀ ବୋମ୍ମାଇ ବିଦାୟୀ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଡିୟୁରପ୍ପାଙ୍କ ସ୍ଥାନ ନେବେ । ବିଧାନସଭା ଦଳ ବୈଠକରେ ବିଏସ ୟେଡିୟୁରପ୍ପା, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ ଏବଂ କିଶନ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ । ୬୧ ବର୍ଷ ବୟସ୍କ ବୋମ୍ମାଇ ୟେଦୁରପ୍ପା ନେତୃତ୍ୱାଧୀନ ସରକାରରେ ଗୃହ, ଆଇନ, ସଂସଦୀୟ ଏବଂ ବିଧାନସଭା ବ୍ୟାପାରର ପୋର୍ଟଫୋଲିଓ ସଂଭାଳିଥିଲେ । ସୂଚନାଯୋଗ୍ୟ ଯେ, ବୈଠକ ପୂର୍ବରୁ କର୍ଣ୍ଣାଟକ ସରକାରରେ ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ବାସଭରାଜ ବୋମ୍ମାଇ ଧର୍ମେନ୍ଦ୍ର ପ୍ରଧାନ ଏବଂ କିଶନ ରେଡ୍ଡୀଙ୍କୁ ଭେଟିଥିଲେ ।

ଆଜି ମୁଖ୍ୟମନ୍ତ୍ରୀ ଭାବେ ବସଭରାଜ ବୋମ୍ମାଇ ଶପଥ ଗ୍ରହଣ କରିବେ । ଆଜି ୧୧ଟାରେ ଶପଥ ଗ୍ରହଣ ଉତ୍ସବରେ ସେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

Leave A Reply

Your email address will not be published.