ହାଥ୍‌ରସ କାଣ୍ଡରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଡ଼ା ବକ୍ରୋକ୍ତି : ବିଜେପି ସବୁଠୁ ବଡ଼ ମହାମାରୀ

କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାଥ୍‌ରସ୍‌ କାଣ୍ଡ ଉପରେ ନିଜର ବକ୍ରୋକ୍ତି ରଖି ବିଜେପି ସବୁଠୁ ବଡ଼ ମହାମାରୀ ବୋଲି ଆକ୍ଷେପ କରିଛନ୍ତି । ସେ କହିଛନ୍ତି ଯେ, ସାମ୍ବାଦିକ ତଥା ମିଡ଼ିଆ ହାଉସ୍‌କୁ ଏହି ଘଟଣାରେ ଧମକ୍‌ ଦିଆଯାଉଥିବା ଖବର ଆସୁଛି । ମାତ୍ର ମୁଁ ବିଜେପିକୁ କହି ଦେବାକୁ ଚାହେଁ, ଆମେ ବିଜେପି.ର ଗୁଳିକୁ ଡରିବାର ପ୍ରଶ୍ନ ଉଠୁନାହିଁ । ଆଜି କୋଲକତାରେ ଏକ ର‍୍ୟାଲିକୁ ସମ୍ବୋଧିତ କରିବା ସମୟରେ ସେ ଆହୁରି କହିଛନ୍ତି ଯେ, ମୁଁ କାଲି ଏକ ପ୍ରତିନିଧି ଦଳକୁ ପଠେଇଥିଲି, ସେମାନଙ୍କୁ ପୋଲିସ ଅଟକେଇ ଦେଇଥିଲା ।

Leave A Reply

Your email address will not be published.