ଯୋଗୀଙ୍କ ଉପରେ ଦିଗ୍‌ବିଜୟ ସିଂହଙ୍କ ସିଧା ଆକ୍ରମଣ : ଗୁରୁ ଗୋରଖନାଥଙ୍କ ନାଁକୁ କଳଙ୍କିତ କରିଦେଲେ

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ଆଜି ସାମ୍ବାଦିକମାନଙ୍କ ସହ କାଥାବାର୍ତ୍ତା ବେଳେ ହାଥ୍‌ରସ୍‌ ଘଟଣାକୁ ନେଇ ଯୋଗୀ ଆଦିତ୍ୟନାଥଙ୍କୁ ଦାୟୀ କରିଛନ୍ତି ଏବଂ ସେ କହିଛନ୍ତି ଯେ, ଯୋଗୀ ଆଦିତ୍ୟନାଥ ଗୁରୁ ଗୋରେଖନାଥଙ୍କ ନାଁକୁ କଳଙ୍କିତ କରିଦେଲେ । ହାଥରସ୍‌ ଗଣ ଦୁଷ୍କର୍ମ ପାଇଁ ସମାଲୋଚନାର ପରିସରରେ ଚକ୍କର କାଟୁଥିବା ଯୋଗୀ ଆଦିତ୍ୟନାଥଙ୍କ ଉପରେ ଏବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ସିଧା ଆକ୍ରମଣ କରିଥିବା ବେଳେ ସେ କହିଛନ୍ତି ଗୁରୁ ଗୋରେଖନାଥ, ଯିଏ ନିଜର ସଂପୂର୍ଣ୍ଣ ଜୀବନ ଗରିବ ପାଇଁ, ଦଳିତ ପାଇଁ ତଥା ଅଣ ହିନ୍ଦୁଙ୍କୁ ନାଥ ସଂପ୍ରଦାରେ ସାମିଲ୍‌ କରିବା ପାଇଁ ସମର୍ପିତ କରି ଦେଇଥିଲେ, ତାଙ୍କ ନାଁକୁ ଆଜି ଯୋଗୀ ଆଦିତ୍ୟନାଥ କଳଙ୍କିତ କରି ଦେଇଛନ୍ତି । ତେବେ ସେ ଆଉ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ମଧ୍ୟ ସେ କହିଛନ୍ତି ।

jittmm
Leave A Reply

Your email address will not be published.