ଏଲ୍‌ଏସି.ରେ ଆଖିବୁଜା ଗୁଳିବର୍ଷଣ : ଚୀନ୍‌ର ଚକ୍ରାନ୍ତକୁ ଭାରତୀୟ ସେନାର ମୁହୁଁତୋଡ଼୍‌ ଜବାବ୍‌

ଲଦ୍ଦାଖ୍‌ର ପୈଗୋଙ୍ଗ୍‌ ଅଂଚଳ ନିକଟରେ ହେଲା ଫାଇରିଂ
ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍‌ ମଧ୍ୟରେ ଟଣା ଓଟରା ସ୍ଥିତି ଆହୁରି ଆହୁରି ବଢ଼ୁଥିବା ବେଳେ ଗତ ରାତିରେ ଲଦ୍ଦାଖ୍‌ର ପୈଗୋଙ୍ଗ୍‌ ଅଂଚଳ ନିକଟରେ ଫାଇରିଂ ହୋଇଥିବା ଜଣାପଡ଼ିଛି । ଏହାପରେ ଉତ୍ତେଜନା ଆହୁରି ବଢ଼ିଛି । ୧୯୫୭ ପରେ ଏଭଳି ଫାଇରିଂ ଘଟଣା ପୁଣି ଘଟିଛି ବୋଲି କୁହାଯାଉଛି । ତେବେ ଭାରତ ଓ ଚୀନ୍‌ ସୀମାରେ ଗତ ମେ’ ମାସରୁ ବଢ଼ିଚାଲିଥିବା ଉତ୍ତେଜନା ଆଜି ପୁଣି ଚରମ ସୀମାରେ ପହଂଚି ଯାଇଛି । ଗତକାଲି ରାତିରେ ଲଦ୍ଦାଖ ସୀମାରେ ଯେଉଁ ଘଟଣା ଘଟିଛି, ତାହା ବିଗତ ୪ ଦଶନ୍ଧି ମଧ୍ୟରେ କେବେ ଘଟି ନଥିଲା । ଗତରାତିରେ ଏଲ୍‌ଏସି.ରେ ଗୁଳି ବର୍ଷଣ ହୋଇଛି । ଦୁଇ ପକ୍ଷରୁ ଜବର୍‌ଦସ୍ତ ଫାଇରିଂ ହୋଇଥିବା ବେଳେ ଏହି ଫାଇରିଂରେ କେବଳ ଆଖିବୁଜା ଗୁଳି ଚାଳନା ହୋଇଥିବା କୁହାଯାଇଛି । ସବୁଠାରୁ ବଡ଼ କଥା ହେଲା, ଦୁଇ ପକ୍ଷ ମଧ୍ୟରେ ସମସ୍ୟାର ସମାଧାନ କରାଯିବା ପାଇଁ କଥାବାର୍ତ୍ତା ଚାଲିଥିବା ବେଳେ ଏଲ୍‌ଏସି. ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି ।

Leave A Reply

Your email address will not be published.