ଗତ ୨୪ ଘଂଟାରେ ଭାରତରେ ସବୁଠୁ ଅଧିକ ୧୧୩୩ ଜଣଙ୍କ କରୋନାରେ ମୃତ୍ୟୁ : ଆକ୍ରାନ୍ତଙ୍କ ସଂଖ୍ୟା ୭୫,୮୦୯

ନୂଆଦିଲ୍ଲୀ : କରୋନା ସଂକଟ ଆହୁରି ଆହୁରି ଜଟିଳ ହେବାରେ ଲାଗିଛି । ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତରେ ଗତ ୨୪ ଘଂଟାରେ ସବୁଠୁ ଅଧିକ ୧୧୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୫,୮୦୯ ଜଣ ଆକ୍ରାନ୍ତ ହୋଇଥିବା ସୂଚନାରେ କୁହାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୪୨,୮୦,୪୨୨ ଜଣ ଆକ୍ରାନ୍ତ ହୋଇ ସାରିଛନ୍ତି ଓ ୭୨,୭୭୫ ଜଣ କରୋନା ଯୋଗୁଁ ମୃତ୍ୟୁମୁଖରେ ପଡ଼ିଛନ୍ତି । ସୁସ୍ଥତାର ହାର ଦେଖିବାକୁ ଗଲେ ଦେଶରେ ଏବେ ୭୭.୬୫% ଚାଲିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷରୁ ଅଧିକ । ଗତ ୨୪ ଘଂଟା ଭିତରେ ୭୩,୫୨୧ ଜଣ ସୁସ୍ଥ ହୋଇଥିବା ଖବର ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩୩,୨୩,୯୫୦ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

Leave A Reply

Your email address will not be published.