pakka

ଯୁଦ୍ଧ ପରିସ୍ଥିତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କଥା ହେବେ ରୁଷ୍‌ ରାଷ୍ଟ୍ରପତି ପୁତିନଙ୍କ ସହ

bbehera

ନୂଆଦିଲ୍ଲୀ : ଯୁଦ୍ଧ ପରିସ୍ଥିତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କଥା ହେବେ ରୁଷ୍‌ ରାଷ୍ଟ୍ରପତି ପୁତିନଙ୍କ ସହ ବୋଲି ସୂଚନା ମିଳିଛି । ୟୁକ୍ରେନ୍‌ ତରଫରୁ ରୁଷ୍‌ ରାଷ୍ଟ୍ରପତି ପୁତିନ୍‌ଙ୍କ ସହ କଥାବାର୍ତ୍ତା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତୁରନ୍ତ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ଆଲୋଚନା କରିଥିବା ଜଣାପଡ଼ିଛି । ତେବେ ଆଜି ରାତି ଭିତରେ ରୁଷ୍‌ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା କରିବେ । ସବୁଠାରୁ ବଡ଼ କଥା ହେଲା, ୟୁକ୍ରେନ୍‌ରେ ଭାରତର ପାଖାପାଖି ୨୦ ହଜାର ଛାତ୍ରଛାତ୍ରୀ ତଥା ଆଇଟି ସେକ୍ଟରର ବ୍ୟକ୍ତିବିଶେଷ ରହିଥିବା ବେଳେ ସେମାନଙ୍କୁ ବିନା ବାଧାରେ ୟୁକ୍ରେନ୍‌ରୁ ଫେରାଇ ଆଣିବା ଭାରତ ପାଇଁ ବଡ଼ ଚ୍ୟାଲେଂଜ ହୋଇଛି । ଏ ସଂପର୍କରେ ତଥା ଯୁଦ୍ଧରୁ ବିରତ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍‌ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା କରିବେ ବୋଲି ସୂଚନାରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନରୁ ରୁଷ୍‌ ସହ ଭାରତର ଐତିହାସିକ ବନ୍ଧୁତ୍ୱ ରହିଥିବା ବେଳେ ୟୁକ୍ରେନ୍‌ ସହ ମଧ୍ୟ ଭାରତର ସଂପର୍କ ବେଶ୍‌ ସୁଦୃଢ଼ ରହିଛି । ଏଥିପାଇଁ ଦୁଇ ଦେଶକୁ ଯୁଦ୍ଧ ରୋକିବା ପାଇଁ ଭାରତ ତରଫରୁ ଅନୁରୋଧ କରାଯାଉଛି ।

jay balangir
Leave A Reply

Your email address will not be published.

11 + 3 =