pakka

ଜିଲ୍ଲାରେ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ : ୭୮.୪୩% ମତଦାନ, ୮ ଜଣ ତୃତୀୟ ଲିଙ୍ଗୀଙ୍କ ଭୋଟଦାନ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ଏକ ମାସ ଧରି ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ (୫ମ) ଭୋଟ ଗ୍ରହଣ ଆଜି ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ୨୭ଟି ଗ୍ରାମ ପଞ୍ଚାୟତରେ ଶେଷ ହୋଇଛି । ସାମାନ୍ୟ ଗଣ୍ଡଗୋଳକୁ ଛାଡିଦେଲେ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ୨୭ଟି ପଞ୍ଚାୟତ ପାଇଁ ୩୬୧ ବୁଥ୍‌ରେ ୯୯୬୦୯ ଜଣ ଭୋଟର ତାଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ସେଥି ମଧ୍ୟରେ ୫୨୭୪୫ ଜଣ ପୁରୁଷ ଏବଂ ୪୬୮୫୬ ମହିଳା ଭୋଟ ଦାନ କରିଥିବା ବେଳେ ୮ ଜଣ ତୃତୀୟ ଲିଙ୍ଗ ଭୋଟର ନାଗେନପାଲି ସେବାଶ୍ରମ ସ୍କୁଲ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଦେଇଥିଲେ । ବରଡୋଲ ସେବାଶ୍ରମ ସ୍କୁଲଠାରେ ମହିଳାମାନଙ୍କ ପାଇଁ ପିଙ୍କ୍ ବୁଥ ହୋଇଥିଲା । ଭୋଟ ଗ୍ରହଣ କାର୍ୟ୍ୟ ପାଇଁ ୧୧୪୬ ପୁଲିପ୍ସ କର୍ମଚାରୀ ନିୟୋଜିତ ହୋଇଥିଲେ । ଶେଷ ପର୍ଯ୍ୟାୟ ନିର୍ବାଚନ ସକାଶେ ୫୨୭ ଓ୍ବାର୍ଡ ସଭ୍ୟ ସଭ୍ୟା, ୧୪୧ ଜଣ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ୯୬ ଜଣ ସମିତି ସଭ୍ୟ ସଭ୍ୟା ଓ ୧୯ ଜଣ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ପାଇଁ ପ୍ରତିଦ୍ୱନ୍ଦିତା କରିଛନ୍ତି । ସମୁଦାୟ ୭୮୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ ହୋଇଛି । ଭୋଟ ଗ୍ରହଣ ଶେଷ ପରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟବାକ୍ସ ଗୁଡିକ ବ୍ଲକ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ଆସନ୍ତା ୨୪ରୁ ତିନୋଟି ପର୍ଯ୍ୟାୟରେ ଭୋଟ ଗଣତି ବ୍ଲକ ୱାରି ଅନୁଷ୍ଠିତ ହେବ ।

jay balangir
Leave A Reply

Your email address will not be published.

15 − five =