om academy

ପ୍ରେମିକଙ୍କୁ ପିଟି ପିଟି ହତ୍ୟା : ୩ ଅଭିଯୁକ୍ତ ଗିରଫ

jsm

ପାଟଣା, (କେପିଏନ୍‌ଏସ୍‌) : ଜଣେ ପ୍ରେମିକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଏରେଣ୍ଡେଇ ଗାଁ ରାଜଭାଡ଼ି ବଜାରରେ ଯୁବକଙ୍କୁ ଠେଙ୍ଗାରେ ପିଟି ପିିଟି ହତ୍ୟା କରାଯାଇଛି । ତେଣୁ ୩ ଜଣ ଦୋଷୀଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଏରେଣ୍ଡେଇ ଗ୍ରାମର ଶିବ ମୁଣ୍ଡା, ଟିମା ମୁଣ୍ଡା ଓ ରଥ ମୁଣ୍ଡା । ଗତ ଶୁକ୍ରବାର କୁମୁଳାପାହାଳି ଗ୍ରାମର ହେମନ୍ତ ମହାନ୍ତଙ୍କୁ ପିଟି ପିଟି ୩ ଜଣ ଯୁବକ ହତ୍ୟା କରିଥିଲେ । ସୂଚନା ଅନୁସାରେ ରଥ ମୁଣ୍ଡାଙ୍କ ଏରେଣ୍ଡେଇ ଗାଁର ଜଣେ ଯୁବତୀଙ୍କ ସହିତ ମୃତକଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସଂପୃକ୍ତ ଯୁବତୀଙ୍କ ସହ ହେମନ୍ତ କଥାବାର୍ତ୍ତା ହେବା ବେଳେ ତା’ ଉପରେ ରାଗିଯାଇ ରଥ ମୁଣ୍ଡା ନିଜର ୨ ଜଣ ସହଯୋଗୀଙ୍କ ସହ ମିଶି ହେମନ୍ତଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଓ ଚିକିତ୍ସା ସମୟରେ ସେ ମୃତ୍ୟୁବରଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.