pakka

ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

bbehera

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଏକ ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ସେନାର ଜଣେ ଅଧିକାରୀ ପ୍ରାଣ ହରାଇଛନ୍ତି । ଆଉ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଏହି ହେଲିକପ୍ଟର ଦୁର୍ଘଟଣା ଦିନ ୧୦ଟାରେ ନିୟମିତ ଉଡ଼ାଣ ବେଳେ ହୋଇଛି । ସେନାର ସୂଚନା ଅନୁସାରେ, ‘ଚିତା’ ହେଲିକପ୍ଟରରେ ୨ ଜଣ ପାଇଲଟ୍ ଥିଲେ । ଦୁର୍ଘଟଣା ପରେ ଉଭୟ ପାଇଲଟଙ୍କୁ ଉଦ୍ଧାର କରାଯାଇ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । କିନ୍ତୁ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ସୌରଭ ଯାଦବ ଗୁରୁତର ଆହତ ହୋଇଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ତେବେ କେଉଁ ପରିସ୍ଥିତିରେ ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେଲା ଜଣାପଡ଼ି ନାହିଁ । ‘ଚିତା’ ହେଲିକପ୍ଟର ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଥିବା ସେନା ପକ୍ଷରୁ କୁହାଯାଇଛି ।

jay balangir
Leave A Reply

Your email address will not be published.

thirteen − seven =