ନୂଆ ସଂକ୍ରମଣ ଦେଶରେ ଆଜି ୮୯,୭୦୬ : ୧୧୧୫ ଜଣଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ : ଆଜି ଦେଶରେ ପୁଣି ନୂଆ ସଂକ୍ରମଣଙ୍କ ସଂଖ୍ୟା ୮୯,୭୦୬ ରହିଥିବା ବେଳେ ଗତ ୨୪ ଘଂଟାରେ ୧୧୧୫ ଜଣଙ୍କ କରୋନାଜନିତ ମୃତ୍ୟୁ ଘଟିଛି । ଦେଶରେ ଏବେ ୪୩.୭ ଲକ୍ଷ ଲୋକ ଏହି ମହାମାରୀର କବ୍‌ଜାକୁ ଆସି ଯାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୮,୯୭,୩୯୪ ଜଣ ଜୀବନ ହରାଇ ସାରିଛନ୍ତି କରୋନା ସଂକ୍ରମଣ ଯୋଗୁଁ । ଏବେ ଭାରତରେ ୯ ଲକ୍ଷ ଜଣ ସଂକ୍ରମିତ ହୋଇ ଏକ୍‌ଟିଭ୍‌ ରହିଛନ୍ତି । ଏହା ବି ଠିକ୍‌ ଯେ, ୩୪ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭାରତର ୫ଟି ରାଜ୍ୟରେ ୨୦ରୁ କମ୍‌ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ୧୧ଟି ରାଜ୍ୟରେ ୧୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରି ସାରିଛନ୍ତି ।

Leave A Reply

Your email address will not be published.