pakka

ପାୟୋନିୟର ସମ୍ପାଦକ ଡ଼. ଚନ୍ଦନ ମିତ୍ରଙ୍କ ବିୟୋଗରେ ଇଣ୍ଡିଆନ ମିଡିଆ ସେଣ୍ଟର ପକ୍ଷରୁ ଶୋକ ପ୍ରକାଶ

ନୂଆଦିଲ୍ଲୀ : ପାୟୋନିୟର ସମ୍ପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଚନ୍ଦନ ମିତ୍ରଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ସେ ପାୟୋନିୟର ସମ୍ପାଦକ ଭାବେ କାର୍ଯ୍ୟ କରି ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ । ସାମ୍ବାଦିକତାର କଳୁଷିତାକୁ ଦୂର କରିବା ପାଇଁ ଇଣ୍ଡିଆନ ମିଡିଆ ସେଣ୍ଟର ନାମକ ଏକ ସଂଗଠନ ଗଠନ କରି ତାର ବହୁଦିନ ଧରି ସଭାପତି ରହିଥିଲେ । ତାଙ୍କ ବିୟୋଗରେ ଇଣ୍ଡିଆନ ମିଡିଆ ସେଣ୍ଟରର ପୂର୍ବତନ ଗଭର୍ଣ୍ଣି ବଡ଼ି ସଦସ୍ୟ ତଥା ନବୀନର ସମ୍ପାଦକ ରବି ରଥ ଗଭୀର ଶୋକ ପ୍ରକାଶ କରି ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

five − 4 =