୨୫ ବର୍ଷ ଧରି ଆମେ ସାପ ପାଳିଥିଲୁ, ଏବେ ସେହି ସାପଟି ଆମ ଉପରେ ଫଁ କରୁଛି … : ଉଦ୍ଧବ ଠାକରେଙ୍କ ବିଜେପିକୁ ଆକ୍ଷେପ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭାରତୀୟ ଜନତା ପାର୍ଟି ଉପରେ ଆକ୍ଷେପ କରି କହିଛନ୍ତି ଯେ, ଆମେ ୨୫ ବର୍ଷ ଧରି ସାପ ପାଳିଥିଲୁ, ବର୍ତ୍ତମାନ ସେହି ସାପଟି ଆମ ଉପରେ ଫଁ କରୁଛି । କିନ୍ତୁ ଆମେ ଜାଣୁ ଏହି ସାପକୁ କିପରି ଦଳିବାକୁ ହେବ । ସିଏମ୍ ଉଦ୍ଧବ ଠାକରେ ଆହୁରି କହିଛନ୍ତି ଯେ, ଯିଏ ବି ଆମକୁ ଦୋଷାରୋପ କରୁଛି ତାହା ସହ ଯୁଝିବାକୁ ଆମେ ପ୍ରସ୍ତୁତ ଅଛୁ । ରାଜ୍ୟ ବଜେଟ୍ ଅଧିବେଶନ ପୂର୍ବରୁ ମୁମ୍ବାଇରେ ବିଧାୟକ ତଥା ମହା ବିକାଶ ଆଧାଡି (ଏମ୍‌ବିଏ)ର ମିଳିତ ବୈଠକରେ ଉଦବୋଧନ ଦେଇ ଶିବସେନାର ପୂର୍ବତନ ସହଯୋଗୀ ଦଳ ବିଜେପି ବିଷୟରେ ସିଏମ୍ ଉଦ୍ଧବ ଠାକରେ ଉଦ୍‌ବେଗ ପ୍ରକାଶ କରିଥିଲେ । ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ ।

ବୈଠକ ପୂର୍ବରୁ ଉଦ୍ଧବ ଠାକରେ ବଜେଟ୍ ଅଧିବେଶନରେ ଶତ ପ୍ରତିଶତ ଉପସ୍ଥାନ ନିଶ୍ଚିତ କରିବାକୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମେରୁଦଣ୍ଡ ଅସ୍ତ୍ରୋପଚାର ପରେ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଉଦ୍ଧବ ଠାକରେ ଗତ ଅଧିବେଶନରେ ଅନୁପସ୍‌ସ୍ଥିତ ଥିଲେ । ଏନସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ଅର୍ଥ ହେରଫେର ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ଗିରଫଦାରୀ ସମ୍ପର୍କରେ ଶରଦ ପାୱାର କହିଛନ୍ତି ଯେ, ମୋର ରାଜନୈତିକ କ୍ୟାରିୟରରେ ମୁଁ ଏପରି ପ୍ରତିଶୋଧ ପରାୟଣ କେନ୍ଦ୍ର ସରକାର ଦେଖିନାହିଁ ।

Leave A Reply

Your email address will not be published.

five × four =

error: Content is protected !!