pakka

ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ବହୁ ବିଧାୟକ ଏସ୍‌ପିରେ ଯୋଗ ଦେଲେ : କହିଲେ, ବିଜେପି ମଇଦାନ୍‌ରୁ ସଫା ହେବ

bbehera

ଲକ୍ଷ୍ନୌ : ୟୁପିରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାରରୁ ବିଦ୍ରୋହ କରିବା ପରେ ଇସ୍ତଫା ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ କିଛି ପୂର୍ବତନ ମନ୍ତ୍ରୀଙ୍କ ସହ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ସହ ଦଳରେ ଯୋଗ ଦେଇଛନ୍ତି । ପୂର୍ବରୁ ଇସ୍ତଫା ଦେଇଥିବା ବିଜେପି ବିଧାୟକମାନେ ମଧ୍ୟ ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବ୍ୟତୀତ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ଅନ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ ଧରମ ସିଂ ସାଇନି ମଧ୍ୟ ସାମିଲ୍‌ ରହିଛନ୍ତି ।

ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପି ଉପରେ କଡ଼ା ଆକ୍ରମଣ କରି କହିଛନ୍ତି ଯେ, ଉତ୍ତରପ୍ରଦେଶକୁ ବିଜେପିର ଶୋଷଣରୁ ମୁକ୍ତ କରିବାକୁ ହେବ । ଦେଶ ତଥା ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରି ବିଜେପି ସେମାନଙ୍କ ଆଖିରେ ଧୂଳି ପକାଇ ଲୋକଙ୍କୁ ଶୋଷଣ କରୁଛି ବୋଲି ସେ କଟାକ୍ଷ କରିଛନ୍ତି । ବର୍ତ୍ତମାନ ବିଜେପିକୁ ହଟାଇ ଉତ୍ତରପ୍ରଦେଶକୁ ବିଜେପିର ଶୋଷଣରୁ ମୁକ୍ତ କରିବାକୁ ପଡିବ । ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି, “ଆମ ଇସ୍ତଫା ପରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବିଜେପିର ବଡ ନେତାମାନେ ଆଜି ନିଦ୍ରାହୀନ, ସେମାନେ ଶୋଇପାରୁ ନାହାଁନ୍ତି । ଅଖିଳେଶଜୀ ଶିକ୍ଷିତ ଏବଂ ଯୁବକ । ସେମାନଙ୍କ ସହ ମିଶି ଲକ୍ଷ ଲକ୍ଷ ଲୋକଙ୍କ ସମର୍ଥନରେ ରାଜ୍ୟ ବିଜେପିକୁ ପରାସ୍ତ କରିବ ।

Leave A Reply

Your email address will not be published.

17 + three =