ଆଜି ବିହାରରେ ଗଠନ ହେବ ନୂଆ ସରକାର : ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର

ପାଟନା : ଆଜି ବିହାରରେ ଗଠନ ହେବକୁ ଯାଉଛି ନୂଆ ସରକାର । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର । ତେବେ ସୂଚନା ଅନୁସାରେ ଅପରାହ୍ନ ସାଢେ ୪ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର ବୋଲି ସୂଚନାରେ କୁହାଯାଇଛି । ଏହି ଅବସରରେ ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପତ ପାଠ କରାଇବେ । ସୂଚନାଯୋଗ୍ୟ ଯେ, ଗତକାଲି ବିହାରରେ ଏନ୍‌ଡିଏ ବିଧାୟକ ଦଳ ବୈଠକରେ ନୀତୀଶ କୁମାରଙ୍କୁ ସର୍ବ ସମ୍ମତି କ୍ରମେ ନେତା ନିର୍ବାଚିତ କରାଯାଇଥିଲା । ସରକାର ଗଠନ ପାଇଁ ଦାବୀ ଜଣାଇବା ପରେ ରାଜ୍ୟପାଳଙ୍କଠାରୁ ନୂଆ ସରକାର ଗଠନ ପାଇଁ ଆମନ୍ତ୍ରଣ ମିଳିଥିବା ବେଳେ ଆଜି ଅପରାହ୍ଣରେ ଅନୁଷ୍ଟିତ ହେବ ଶପଥ ଗ୍ରହଣ ସମାରୋହ ।

Leave A Reply

Your email address will not be published.