pakka

ନେପାଳ ଓ ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ

bbehera

ନୂଆଦିଲ୍ଲୀ : ନେପାଳରେ ବିଳମ୍ୱିତ ରାତିରେ ୪.୭ ଓ ୫.୩ ତିବ୍ରତାରେ ଦୁଇଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହିପରି ଉତ୍ତରାଖଣ୍ଡରେ ଏହାର ତିବ୍ରତା କମ୍‌ ରହିଥିଲା । ତେବେ ବର୍ତ୍ତମାନ ଯାଏ ଭୂକମ୍ପରେ କୌଣସି କ୍ଷୟ କ୍ଷତି ହୋଇଥିବା ସୂଚନା ମିଳିନାହିଁ ।ଏନେଇ ଏନ୍‌ଇଏମ୍‌ଆର୍‌ସି କହିଛି, ବୁଧବାର ବାଗଲୁଙ୍ଗ ଜିଲ୍ଲାରେ ୪.୭ ଓ ୫.୩ ତୀବ୍ରତାରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଛି । କେନ୍ଦ୍ରରେ ମିଳିଥିବା ରିଡିଂ ଅନୁସାରେ, ବାଗଲୁଙ୍ଗ ଜିଲ୍ଲାରେ ରାତି ପ୍ରାୟ ୧:୩୦ ରେ ୪.୭ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏନ୍‌ଇଏମ୍‌ଆର୍‌ସି ଅନୁସାରେ ୫:୩ ତୀବ୍ରତାର ଦ୍ୱିତୀୟ ଭୂକମ୍ପ ବଗଲୁଙ୍ଗ ଜିଲ୍ଲା ଖୁଙ୍ଗା ନିକଟରେ ବିଳମ୍ୱିତ ରାତି ୨ ଟା ୭ ସମୟରେ ଅନୁଭୂତ ହୋଇଥିଲା । ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟ କ୍ଷତି ହୋଇଥିବା ସୂଚନା ମିଳିନାହିଁ । ଅନ୍ୟପଟେ ଭାରତର ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ଅନୁସାରେ ବୁଧବାର ଉତ୍ତରାଖଣ୍ଡ ସ୍ଥିତ ଉତ୍ତରକାଶୀରେ ୩.୨ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ରାତି ପ୍ରାୟ ୨ ଟା ୧୯ ସମୟରେ ଅନୁଭୂତ ହୋଇଥିଲା ।

Leave A Reply

Your email address will not be published.

two + sixteen =