ହୀରାକୁଦ ଜଳଭଣ୍ଡାରରେ ଜାନୁଆରୀରୁ ହେବ ଅଣ୍ଡରୱାଟର ସର୍ଭେ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଜାନୁଆରୀରୁ ହେବ ଅଣ୍ଡରୱାଟର ସର୍ଭେ । ଏନେଇ ଡ୍ୟାମ୍ କର୍ତ୍ତୃପକ୍ଷ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ଉପରମୁଣ୍ଡରୁ ଜଳପ୍ରବେଶ ଶୂନ ରହିଥିବା ସୂଚନା ମିଳିଛି । ତେବେ ଅଣ୍ଡରୱାଟର ସର୍ଭେ କରି ବନ୍ଧର ଫାଟ ଖୋଜି ବିଶେଷଜ୍ଞ ମରାମତି କରିବେ ବୋଲି ଜଣାପଡିଛି । ସିଏସ୍‌ଏମ୍‌ଆର୍‌ଏସ୍‌କୁ ବନ୍ଧ କର୍ତ୍ତୃପକ୍ଷ ଫାଟ ଅନୁଧ୍ୟାନ ସହ ମରାମତି ପାଇଁ ଅନୁରୋଧ କରିଛନ୍ତି । ସୂଚନା ଅନୁସାରେ, ୯୦ ଦଶକରେ ଦେଖାଯାଇଥିବା ଫାଟର ମରାମତି କରି ମିନିଠ ପିଛା ୧୩୦୦ ଲିଟର ଲିକେଜ୍ ପାଣିକୁ ହ୍ରାସ କରି ୧୩୦ ଲିଟରରେ ସୀମିତ ରଖାଯାଇଥିଲା । ସେହିପରି ୨୦୧୫-୧୬ରେ ଅଣ୍ଡରୱାଟର ସର୍ଭେ କରାଯାଇ ଆବିଷ୍କାର ଫାଟକୁ ୨୦୧୮ରେ ମରାମତି କରାଯାଇ ୭୦ ଲିଟର ଲିକେଜରେ ସୀମିତ ରଖାଯାଇଥିଲା । ବର୍ତ୍ତମାନ ଏହାକୁ ଶୂନ ଲିକେଜରେ ରଖାଯିବା ପାଇଁ ଚେଷ୍ଟା କରାଯିବ ।

Leave A Reply

Your email address will not be published.

four × two =

error: Content is protected !!