pakka

ଚୀନରେ ଭୀଷଣ ଭୂମିକମ୍ପ : ୧୧୧ ମୃତ

bbehera

ବେଜିଂ : ପଶ୍ଚିମ ଚୀନର ଗାଂସୁ ପ୍ରାନ୍ତରେ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ସୋମବାର ବିଳମ୍ବିତ ରାତି ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି । ଏହି ଭୟଙ୍କର ଭୂକମ୍ପରେ ପ୍ରାୟ ୧୧୧ଜଣଙ୍କ ମୃତ୍ୟୁ ହୋଇଛି । ଭୂମିକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ, ଅଧିକାଂଶ ବିଲ୍ଡିଂ ଧ୍ୱସ୍ତ-ବିଧ୍ୱସ୍ତ ହୋଇଯାଇଛି । ବଡ଼ ବଡ଼ ବିଲ୍ଡିଂ ମାଟି ତଳେ ଲୋଟିପଡ଼ିଛି । ଭୂମିକମ୍ପ ପରେ ରେସକ୍ୟୁ ଅପରେସନ ଜାରି ରହିଛି । ଧ୍ୱଂସାବଶେଷ ତଳୁ ଲୋକଙ୍କୁ ଉଦ୍ଧାର କରୁଛନ୍ତି ଉଦ୍ଧାରକାରୀ ଦଳ । ଏହି ଶକ୍ତିଶାଳୀ ଭୂମିକମ୍ପରେ ୧୧୧ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୨୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଉଛି ।

Leave A Reply

Your email address will not be published.

ten − 9 =