ଗେଟ୍‌ ସରୋବରପଡ଼ାରେ ଅଣସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡ଼ା ତରଫରୁ ଏକ ଅଣସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ଗେଟ୍‌ ସରୋବର ପଡ଼ା ଆମ୍ବେଦକର କ୍ଲବ ଗୃହଠାରେ ଅନୁଷ୍ଠିତ ହୋଇଥିଲା । ଆଶା, ମହିଳା ସ୍ୱାସ୍ଥ୍ୟ କର୍ମୀ ବ୍ୟତୀତ ସ୍ଥାନୀୟ ମହିଳା ଆରୋଗ୍ୟ ସମିତିର ସମସ୍ତ ସଦସ୍ୟମାନେ ମିଶି ସମସ୍ତ କର୍ମଚାରୀଙ୍କୁ ସ୍ଵାଗତ କରି ଥିବା ସହିତ ରୋଗୀ ଦେଖିବାରେ ସହଯୋଗ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରର ମୂଳ ଉଦ୍ଦେଶ୍ୟ ଅଣସଂକ୍ରମକ ରୋଗର ଚିହ୍ନଟ ସହ, ମାଗଣା ରକ୍ତ ପରୀକ୍ଷା, ମାଗଣା ଔଷଧ, ଜୀବନ ଶୈଳୀ ଓ ଖାଦ୍ୟପେୟ ଉପରେ ପରାମର୍ଶ ଏବଂ ମାଗଣା ଡାକ୍ତର ସେବା । ଏହି ସ୍ୱାସ୍ଥ୍ୟ ଶିବିରରେ ୨୦୦ରୁ ଅଧିକ ସଂଖ୍ୟକ ରୋଗୀ ଚିକିତ୍ସା ଲାଭ କରିଥିଲେ । ଶିବିରରେ ୬୭ ଜଣଙ୍କ ରକ୍ତଚାପ, ୧୨୨ ଜଣଙ୍କ ଶର୍କରା ପରୀକ୍ଷା ହୋଇଥିଲା । ଉକ୍ତ ସ୍ୱାସ୍ଥ୍ୟ ଶିବିରର ନିରୀକ୍ଷଣ କରି ସ୍ୱାସ୍ଥ୍ୟ ମିଶନ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ରାମାନୁଜ ପଣ୍ଡା, ୟୁ ଡିଏମ୍‌ ଅନିଲ ମହାକୁର ଯୋଗଦାନ ଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହ ଏହି ଶିବିରର ତଦାରଖ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ନନ୍ଦ କିଶୋର ପାଢି ଓ ଭୀମ ଭୋଇ ମେଡିକାଲ କଲେଜର ଡାକ୍ତର ଆଶୁତୋଷ ପାତ୍ର, ଆଶିଷ କୁମାର ସାମଲ, ଆଶୁତୋଷ ଷୋହେଲା ଓ ଡାକ୍ତର ବି ରୋଷନି ରୋଗୀମାନଙ୍କୁ ପରୀକ୍ଷଣ କରିଥିଲେ । ରୋଗୀମାନଙ୍କ ସମେତ ଷ୍ଟାଫ ନର୍ସ ସନ୍ତୋଷିନି କରନ, ଫାର୍ମାସିଷ୍ଟ ମୁକେଶ ରଣା, ଲେଵ ଟେକ୍‌ନିଶିଆନ ପ୍ରମୋଦ ଥନପତି, ସୁଜ୍ଞାନ ମିଶ୍ର, ରାଧାକାନ୍ତ ନାଏକ ଡାଟା ଆସିଷ୍ଟାଣ୍ଟ ସୁମନ ଭାଟି, ସଗୀର ମହମ୍ମଦ, ମାନସ ହୋତା, ଶ୍ୱର୍ଜିତ୍ ଶତପଥୀ ସହଯୋଗ କରିଥିଲେ । ଉକ୍ତ ସ୍ୱାସ୍ଥ୍ୟ ଶିବିରର ଆୟୋଜନ ଓ ପରିଚାଳନା ସୁନ୍ଦର ଭାବେ ହେଇଥିଲା । ରାଜେନ୍ଦ୍ର ଯୁବକ ସଂଘର ସମ୍ପାଦକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିର ପରିଚାଳନା ହୋଇଥିଲା ।

Leave A Reply

Your email address will not be published.

ten + one =