om academy

କଳାକାରମାନଙ୍କୁ ସମ୍ମାନିତ କଲେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଘର ପ୍ରାଙ୍ଗଣଠାରେ ପୁରେନା ଗ୍ରାମର ଜୟ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀ ଓ ପରସ୍ ଖଣ୍ଡି ଡ଼ଣା ନାଚ ଦଳଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଉଭୟ କଳାକାରମାନେ ଖୁବ ସୁନ୍ଦର ଭାବରେ ତାଙ୍କର କଳା ପ୍ରଦର୍ଶନ କରିଥାନ୍ତି । ଆଖପାଖ ଅଞ୍ଚଳରେ ତାଙ୍କ ନାଁ ଅଛି । ସେଥି ପାଇଁ ଆଜି ବରଗଡ ଜିଲ୍ଲା ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା (ସ୍କାଟ୍-ଓଡ଼ିଶା)ର ସଭାପତି ତଥା ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଲଳିତ ଜଗତଙ୍କ ଉପସ୍ଥିତିରେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ରୋସନ ପାଣିଗ୍ରାହୀ, ଯୋଗିନ୍ଦ୍ର ଭୋଇ, ରାଜେନ୍ଦ୍ର ସେଠ ଓ ରୁକ୍ମଣ ସେଠ ଉପସ୍ଥିତ ଥିଲେ ।

Leave A Reply

Your email address will not be published.