pakka

ତାମିଲନାଡୁରେ ପ୍ରବଳ ବର୍ଷା

bbehera

ଚେନ୍ନାଇ : ତାମିଲନାଡୁରେ ଦୁଇ ଦିନ ଧରି ଲଗାତାର ପ୍ରବଳ ବର୍ଷା ଜାରି ରହିଛି । ଏହି କାରଣରୁ, ସାଧାରଣ ଜନଜୀବନ ବ୍ୟାହତ ହୋଇଛି । ରାଜ୍ୟର ଅନେକ ନଦୀ ଓ ହ୍ରଦର ଜଳ ସ୍ତର ଯଥେଷ୍ଟ ବୃଦ୍ଧି ପାଇଛି । ରାଜ୍ୟର ୪ଟି ଉପକୂଳବର୍ତ୍ତୀ ଜିଲ୍ଲା କନ୍ୟାକୁମାରୀ, ତିରୁନେଲଭେଲି, ତୁତିିକୋରିନ ଏବଂ ତେନକାସୀରେ ସବୁଠାରୁ ଖରାପ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ବନ୍ୟାଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଜିଲାଗୁଡ଼ିକରେ ୨୫୦ ଯବାନ ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ ନିୟୋଜିତ କରାଯାଇଛି । ୭୫୦୦ରୁ ଅଧିକ ଲୋକଙ୍କୁ ନିଜ ଘର ଛାଡି ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ରିଲିଫ କ୍ୟାମ୍ପରେ ଆଶ୍ରୟ ନେବାକୁ ପଡିଛି । ଉଦ୍ଧାରକାରୀ ଦଳଙ୍କ ସହାୟତାରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ, ଆଜି ମଧ୍ୟ ବର୍ଷା ଜାରି ରହିବ । ଯେଉଁଥି ପାଇଁ ପରିସ୍ଥିତି ଆହୁରି ଖରାପ ହେବ ବୋଲି କୁହାଯାଇଛି ।

jay balangir
Leave A Reply

Your email address will not be published.

three × 2 =

error: Content is protected !!