ଏଲ୍‌ଏସି.ରେ ଚୀନ୍‌ର ବଦ୍‌ମାସୀ କମୁନି : ଭାରତୀୟ ସେନା ପ୍ରସ୍ତୁତ

ନୂଆଦିଲ୍ଲୀ : ମସ୍କୋରେ ଭାରତ ଏବ ଚୀନ୍‌ର ବିଦେଶ ମନ୍ତ୍ରୀଙ୍କ ଭିତରେ ବୈଠକ ଅନୁଷ୍ଠିତ ହୋଇଛି । ତେବେ ଏକତରଫା ଭାବେ ଚୀନ୍‌ ଭାରତ ସହିତ କଥାବାର୍ତ୍ତା କରୁଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଚୀନ୍‌ ସେନା ପେଗୋଙ୍ଗ ଇଲାକାରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି । ଏଲ୍‌ଏସି.ରେ ଚୀନ୍‌ର ବଦ୍‌ମାସୀକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏବେ ୧୫୫ମିମି.ର ହୋବିତ୍‌ଜର୍‌ ତୋପ ମୁତୟନ କରିବା ଆରମ୍ଭ କରି ଦେଇଛନ୍ତି । ତେବେ ବୋଫର୍ସ ତୋପ ମୁତୟନ କରିବା ଭାରତୀୟ ସେନାଙ୍କ ଏକ ବଡ଼ ପଦକ୍ଷେପ ନିଶ୍ଚୟ । ଏହି ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ ହୋଇପଡ଼ିଲା ଭାରତୀୟ ସେନାଙ୍କ ପାଇଁ । କାରଣ ଚୀନ୍‌ ନିଜର ବଦ୍‌ମାସୀରୁ ଓହରିବାର ନାଁ ନେଲାନି ଯେତେବେଳେ । ଏବେ ଏଲ୍‌ଏସି.ରେ ୪୦ ହଜାର ଭାରତୀୟ ସେନା ମୁତୟନ ହୋଇଛନ୍ତି । ବାୟୁସେନା ବି ମୁତୟନ ହୋଇଥିବା ବେଳେ ଏବେ ତୋପ୍‌ ବି ପଠା ଚାଲିଛି । ଚୀନ୍‌କୁ ଛୋଟରୁ ଛୋଟ ଭୁଲ କଲେ ବି ଏବେ ବଡ଼ ବିପତ୍ତିକୁ ମୁହେଁବାକୁ ପଡ଼ିବ । ସୂଚନା ଅନୁସାରେ ଭାରତୀୟ ସେନା ଏବେ ଫିଙ୍ଗର୍‌-୪ ପର୍ଯ୍ୟନ୍ତ ପହଂଚି ଯାଇଛନ୍ତି, ଯାହା ସାମରିକ ଭାବେ ବହୁତ ମହତ୍ୱପୂର୍ଣ୍ଣ ଉଚ୍ଚତାରେ ଯବାନମାନଙ୍କ ଦବ୍‌ଦବା ସୃଷ୍ଟି ହୋଇ ସାରିଛି । ଏଲ୍‌ଏସି.ରେ ଏବେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଥିବା ବେଳେ ଭାରତୀୟ ସେନା ସମସ୍ତ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ପୁରା ଦମ୍‌ରେ ଅଣ୍ଟା ଭିଡ଼ିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.