ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକର

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଡେନମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଟେ ଫ୍ରେଡେରିକସନ୍‌ଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଦୁଇ ନେତା ପ୍ରଥମେ ଆଲୋଚନା କରିଥିଲେ ଏବଂ ପରେ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇଥିଲା । ଉଭୟ ପ୍ରଧାନମନ୍ତ୍ରୀ ଭାରତ-ଡେନମାର୍କ ରଣନୈତିକ ସହଯୋଗର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଥିଲେ । ଆଲୋଚନାଗୁଡ଼ିକ ମଧ୍ୟରେ ଅକ୍ଷୟ ଶକ୍ତି, ବିଶେଷକରି ସମୁଦ୍ରତଟ ପବନ ଶକ୍ତି ଏବଂ ସବୁଜ ହାଇଡ୍ରୋଜେନ ସହିତ ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ, ଜାହାଜ ଚଳାଚଳ, ଜଳ ଏବଂ ଆର୍କଟିକ୍ ମଧ୍ୟରେ ସହଯୋଗ ଆଦି ବିଷୟ ସାମିଲ ଥିଲା । ଆମର ଫ୍ଲାଗସିପ୍ କାର୍ଯ୍ୟକ୍ରମରେ ଭାରତରେ ଡେନମାର୍କ କମ୍ପାନୀଗୁଡିକର ସକାରାତ୍ମକ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଫ୍ରେଡେରିକସନ୍ ଡେନମାର୍କରେ ଭାରତୀୟ କମ୍ପାନୀର ସକାରାତ୍ମକ ଭୂମିକା ଉପରେ ଆଲୋକପାତ କରିଥିଲେ । ଦୁଇ ନେତା ଉଭୟ ଦେଶର ଲୋକଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କକୁ ପ୍ରଶଂସା କରିଥିଲେ ଏବଂ ସ୍ଥାନାନ୍ତରଣ କ୍ଷେତ୍ରରେ ସହଭାଗିତା ଉଦ୍ଦେଶ୍ୟରେ ଘୋଷଣାକୁ ସ୍ୱାଗତ କରିଥିଲେ । ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ମଧ୍ୟ ମତ ବିନିମୟ କରିଥିଲେ । ପ୍ରତିନିଧି ସ୍ତରୀୟ ଆଲୋଚନା ପରେ ଏକ ମିଳିତ ବିବୃତ୍ତି ଜାରି କରାଯାଇଥିଲା, ଯାହା ଏଠାରେ ଦେଖାଯାଇପାରେ । ଚୁକ୍ତିନାମାଗୁଡ଼ିକର ତାଲିକା ଏଠାରେ ଦେଖନ୍ତୁ ।

Leave A Reply

Your email address will not be published.

nine − five =