ବିଶିଷ୍ଟ ସ୍ନାୟୁବିଜ୍ଞାନୀ ଡଃ ଅଶୋକ ପାନାଗାରିୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ବିଶିଷ୍ଟ ସ୍ନାୟୁବିଜ୍ଞାନୀ ଡଃ ଅଶୋକ ପାନାଗାରିୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଡଃ ଅଶୋକ ପାନାଗାରିୟା ଜଣେ ଉଲ୍ଲେଖନୀୟ ସ୍ନାୟୁବିଜ୍ଞାନୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ଚିକିତ୍ସା କ୍ଷେତ୍ରରେ ତାଙ୍କର ଅଗ୍ରଣୀ ଭୂମିକା ପାଇଁ ଅନେକ ପିଢିର ଡାକ୍ତର ଏବଂ ଗବେଷକ ଉପକୃତ ହେବେ । ତାଙ୍କ ବିୟୋଗରେ ମୁଁ ବିଶେଷ ମର୍ମାହତ । ତାଙ୍କ ପରିବାର ଏବଂ ବନ୍ଧୁ ବର୍ଗଙ୍କୁ ମୋର ସମବେଦନା । ଓମ୍ ଶାନ୍ତି” ।

Leave A Reply

Your email address will not be published.