୩୭ ଦିନ ଧରି ଭାରତରେ ନୂଆ କରୋନା ମାମଲାକୁ ପଛରେ ପକାଇ ଚାଲିଛି ଆରୋଗ୍ୟ ସଂଖ୍ୟା

• ପଜିଟିଭିଟି ହାର ଏବଂ ଦୈନିକ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ଖସିବାରେ ଲାଗିଛି

ନୂଆଦିଲ୍ଲୀ, (ପିଆଇବି) : ଦ୍ୱିତୀୟ ଦିନ ପାଇଁ ଭାରତରେ ନୂଆ କରୋନା ମାମଲା ଗତକାଲି ୨୪ ଘଣ୍ଟାରେ ୫୦,୦୦୦ ଡେଇଁ ନାହିଁ । ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫,୯୦୩ ଲୋକ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଦୈନିକ ମାମଲା ସଂଖ୍ୟାରେ ହ୍ରାସ ଧାରା ଜାରି ରହିଛି । କୋଭିଡ ନିୟମକୁ ଠିକ ଭାବେ ପାଳନ ପୂର୍ବକ ଜାରି ରହିଥିବା ଜନ ଆନ୍ଦୋଳନ ଏଥିରେ ସଫଳତା ଆଣିପାରିଛି ।
ଗତକାଲିକୁ ୩୭ ଦିନ ପାଇଁ ନୂଆ କରୋନା ମାମଲା ସଂଖ୍ୟାକୁ ଆରୋଗ୍ୟ ସଂଖ୍ୟା ଅତିକ୍ରମ କରିଯାଇଛି । ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୮,୪୦୫ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।
ଏଭଳି ଧାରା ବଳବତ୍ତର ରହିବା କାରଣରୁ ଭାରତର କରୋନା ସକ୍ରିୟ ରୋଗୀ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଏବେ ଏହି ସଂଖ୍ୟା ୫.୦୯ ଲକ୍ଷ ରହିଛି । ମୋଟ କରୋନା ଆକ୍ରାନ୍ତ ସଂଖ୍ୟାର ଏହା ୫.୯୫% ରହିବା କାରଣରୁ ଭାରତର ସକ୍ରିୟ ରୋଗୀ ସଂଖ୍ୟା ୫,୦୯,୬୭୩କୁ ହ୍ରାସ ପାଇଛି ।
କରୋନା ଆରୋଗ୍ୟ ହାର ଲଗାତର ଭାବେ ବୃଦ୍ଧି ପାଉଥିବାରୁ ନୂଆ ମାମଲା ସଂଖ୍ୟାଠାରୁ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଆରୋଗ୍ୟ ହାର ଏବେ ୯୨.୫୬% ରହିଛି । କରୋନା ମହାମାରୀରୁ ସୁସ୍ଥ ହୋଇସାରିଥିବା ମୋଟ ଲୋକଙ୍କ ସଂଖ୍ୟା ୭୯,୧୭,୩୭୩କୁ ବୃଦ୍ଧି ପାଇଛି । ମୋଟ ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ଏବେ ୭୪,୦୭,୭୦୦ରେ ପହଞ୍ଚିଛି ।
ନୂଆ ମାମଲା ସଂଖ୍ୟା କମୁଥିବାରୁ ଭାରତର ପଜିଟିଭିଟି ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ତଥାପି ଟେଷ୍ଟିଙ୍ଗ ଉପରେ କେନ୍ଦ୍ର ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କର ଗୁରୁତ୍ୱ ବଜାୟ ରହିଛି । ଭାରତର ମୋଟ ପଜିଟିଭିଟି ହାର ଆଜି ୭.୧୯%କୁ ଖସିଛି ।

ଦିନକରେ ଆରୋଗ୍ୟ ଲାଭ କରିଥିବା ମୋଟ ଲୋକଙ୍କ ମଧ୍ୟରୁ ୭୯% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି । ଦୈନିକ ଆରୋଗ୍ୟ ସଂଖ୍ୟାରେ ସବୁଠାରୁ ଉପରେ ଥିବା ମହାରାଷ୍ଟ୍ରରେ ଗତକାଲି ୨୪ ଘଣ୍ଟାରେ ସର୍ବାଧିକ ୮,୨୩୨ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । କେରଳରେ ନୂଆ ସୁସ୍ଥ ମାମଲା ସଂଖ୍ୟା ୬,୮୫୩ ହୋଇଥିବା ବେଳେ ଏହା ପଛକୁ ଥିବା ଦିଲ୍ଲୀରେ ଏହି ସଂଖ୍ୟା ୬,୦୬୯ ରହିଛି ।
ଦୈନିକ ନୂଆ ମାମଲା ସଂଖ୍ୟାର ୭୯% ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି ।
ଦୈନିକ ନୂଆ ମାମଲା ସଂଖ୍ୟାରେ ଦିଲ୍ଲୀ ଶୀର୍ଷରେ ରହିଛି । ଗତକାଲି ୨୪ ଘଣ୍ଟାରେ ଏଠାରେ ୭,୭୪୫ ନୂଆ ମାମଲା ଠାବ କରାଯାଇଛି । ଦିଲ୍ଲୀ ପଛକୁ ମହାରାଷ୍ଟ୍ରରେ ୫,୫୮୫ ମାମଲା ଏବଂ କେରଳରେ ୫,୪୪୦ ମାମଲା ସାମ୍ନାକୁ ଆସିଛି ।
ଗତକାଲି ୨୪ ଘଣ୍ଟାରେ ଦେଶରେ ୪୯୦ ଲୋକ ପ୍ରାଣ ହରାଇଛନ୍ତି । କରୋନା ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ଦିନକରେ ପ୍ରାଣ ହରାଇଥିବା ୪୯୦ ମାମଲା ମଧ୍ୟରୁ ପାଖାପାଖି ୮୧% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି । ଗତକାଲି ୨୪ ଘଣ୍ଟାରେ ହୋଇଥିବା ମୋଟ ମୃତ୍ୟୁର ଏକ ଚତୁର୍ଥାଂଶରୁ ଅଧିକ (୨୫.୫୧%) ମହାରାଷ୍ଟ୍ରରୁ ରହିଛନ୍ତି । ରାଜ୍ୟରେ ଦିନକରେ ୧୨୫ ଜଣଙ୍କ ମୃତ୍ୟୁ ଘଟିଛି । ଏହା ପଛକୁ ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଯଥାକ୍ରମେ ୭୭ ଓ ୫୯ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.