ସୁପ୍ରିମକୋର୍ଟ କହିଛନ୍ତି, ଯେକୌଣସି ରାଜ୍ୟରେ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ

ନୂଆଦିଲ୍ଲୀ : ରାଜ୍ୟ ସରକାରଙ୍କ ଅନୁମତି ବିନା ସିବିଆଇ କୌଣସି ରାଜ୍ୟରେ ତଦନ୍ତ ଆରମ୍ଭ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସଂପୃକ୍ତ ରାଜ୍ୟ ସରକାରଙ୍କ ଅନୁମତି ବିନା କେନ୍ଦ୍ର ସରକାର ସିବିଆଇକୁ ତଦନ୍ତ ମଞ୍ଜୁର କରି ପାରିବେନାହିଁ । ଉତ୍ତରପ୍ରଦେଶରେ ଦୁର୍ନୀତି ଅଭିଯୋଗରେ ଆସିଥିବା ଅଧିକାରୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଏହା କହିଛନ୍ତି। ରାଜସ୍ଥାନ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, କେରଳ, ମହାରାଷ୍ଟ୍ର, ଛତିଶଗଡ, ପଞ୍ଜାବ ଏବଂ ମିଜୋରାମ ନିକଟରେ ରାଜ୍ୟରେ ଅନୁସନ୍ଧାନ ପାଇଁ ସିବିଆଇକୁ ଅନୁମତି ମନା କରି ଦେଇଛନ୍ତି । ଏହି ରାଜ୍ୟଗୁଡିକରେ ଅଣ-ବିଜେପି ଦଳର ସରକାର ଅଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟର ସର୍ବଶେଷ ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି ।

Leave A Reply

Your email address will not be published.