ନିରୀହ ଚାଷୀଙ୍କ ହାତରେ ନୋଟିସ୍ : ୧୦ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଗରିବଙ୍କ ନାଁରେ ଏବେ ଜିଏସଟି ଆକାଉଣ୍ଟ ଖୋଲି ରାଜ୍ୟରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ ବଢ଼ିବାରେ ଲାଗିଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାଲେପାଲି ଗାଁର ନବୀନ ବାଘଙ୍କ ନାମରେ ୧୦ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ ଆସିଛି । ତେବେ ସମନ ଜାରି କରି ତଦ‌ନ୍ତ କରୁଛି ଜିଏସଟି ବିଭାଗ । ସବୁଠାରୁ ବଡ଼ କଥା ହେଲା, ୧୦ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ପଡ଼ିଥିବା ନବୀନଙ୍କ ସମ୍ପତ୍ତି କହିଲେ କେବଳ ଗୋଟିଏ ଏକର ଚାଷଜମି ରହିଛି ।

Leave A Reply

Your email address will not be published.