କଥାଟିଏ : ସମୟର ସ୍ଲୋଗାନ୍‌

ଶଙ୍କର ସାହୁ

…. ମଦନା ତୁ ତାକୁ ସେଠାରେ ରଖି ଦେ’ ।
ଟେବୁଲକୁ ଦେଖାଇ କହିଲେ ଗାଁର ଗୋପାଳ ଗଉଁତିଆ ।
…. ହଁ ହଜୁର !
ଜୁହାର କଲା ମଦନା ଓ ଗାଁରୁ ଆଣିଥିବା ଦେଶୀ କୁକୁଡ଼ା ମାଂସ ବେଗକୁ ଟେବୁଲ୍ ଉପରେ ରଖିଦେଲା ‌। ଗଉଁତିଆ ତାଙ୍କ ଚାକରକୁ ଆଦେଶ ଦେଲେ ଓ କହିଲେ ସେହି ମାଂସକୁ ରୋଷେଇ ଘରକୁ ନେଇ ଯିବାକୁ । ସେ ପୁଣି ଚାକରକୁ କହିଲେ, – ଟେବୁଲକୁ ଭଲ ଭାବରେ ଧୋଇ ଦେ’ ।ଟେବୁଲ୍ ଧୋଇବାର କାରଣ ହଜୁରଙ୍କ ସାନ ଝିଅ ରାଣୀକୁ ପସନ୍ଦ ଆସି ନ ଥିଲା, ତେଣୁ ସେ ବାପାଙ୍କୁ ପଚାରିଲା-
…. ବାପା କାହିଁକି ସେ ଟେବୁଲକୁ ଧୋଇବାକୁ କହୁଛ ?
…. ମଦନା ଛୋଟ ଜାତିର ଲୋକ, ସେ ଅସଭ୍ୟ, ଅପାଠୁଆ ।
…. କାହିଁକି ସେ ଆଣିଥିବା ମାଂସକୁ ରୋଷେଇ ଘର ପର୍ୟ୍ୟନ୍ତ ନେଇଗଲେ ତେବେ ?
ରାଣୀ କହିଲା । ବାପା ଝିଅର କିଛି ଉତ୍ତର ଦେଲେ ନାହିଁ । କେବଳ ସେ କହିଲେ ଆମେ ଉଚ୍ଚବର୍ଣ୍ଣ କ୍ଷତ୍ରୀୟ ଜାତି ଓ ମଦନା ଯେ ଅଶିକ୍ଷିତ, ଅପବିତ୍ର ଓ ଅଚ୍ଛବ ଜାତିର ମଣିଷ ।

ସେ ଦିନ ରାଣୀକୁ ଏ କଥା ଭଲ ଲାଗି ନ ଥିଲା । ତଥାପି ବାପାଙ୍କ କଥାର କିଛି ବି ପ୍ରତିବାଦ କରିପାରି ନଥିଲା ସେ। ଆଜି ଏକବିଂଶ ଶତାବ୍ଦୀ, ସମୟ ବଦଳି ଯାଇଛି । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଥିବା ସମାଜ ଆଜି ଆଉ ନାହିଁ । ଛୁଆଁ-ଅଛୁଆଁ ଆଉ ଭେଦଭାବ ନାହିଁ । ତଥାପି ଆଜି ବି ଚିଛି ଲୋକେ ଚେଷ୍ଟା ଚଳେଇଛନ୍ତି, ସେହି ପୁରୁଣା ପ୍ରଥାକୁ ଉତ୍ଜୀବିତ କରି ରଖିବାକୁ ।

ହେଲେ ଏବେ ରାଣୀ ବହୁତ ବଡ଼ ହୋଇ ଯାଇଛି । ସେ ବଡ ବିଶ୍ବବିଦ୍ୟାଳୟର ଜଣେ ସୁନାମଧନ୍ୟ ପ୍ରୋଫେସର ଅଛି । ସେ ପୁଣି ମାନବାଧିକାର ପାଇଁ ଲଢେ଼ଇ କରୁଛି । ସେ ଆଜି ଦେଶର ଜଣେ ଆଗ ଧାଡିରେ ସାମାଜିକ କର୍ମୀ । ରାଣୀ ସାରା ବିଶ୍ବରେ ତାର କାର୍ୟ୍ୟ ପାଇଁ ପ୍ରସିଦ୍ଧି ପାଇଛି । ତଥାପି ଆଜି କେତେକ ଶକ୍ତିଶାଳୀ ଗୋଷ୍ଠୀ ଓ ସମାଜରେ ଧାର୍ମିକ ଉନ୍ମାଦନା ସୃଷ୍ଟି କରି ଭେଦଭାବର ସମାଜ ତିଆରି ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି । ରାଣୀର ଅକ୍ଳାନ୍ତ ପରିଶ୍ରମ ସାମାଜିକ ବୈଷମ୍ୟ ଦୂର ପାଇଁ ଆଜି ଶିକ୍ଷା, ସୋସିଆଲ ମିଡ଼ିଆ ଆଦି ସଚେତନତା ବଢେଇବାରେ ପ୍ରମୁଖ ଭୂମିକା ନେଉଛି । ରାଣୀର ସଂଗ୍ରାମ, ତାର ସେନାମାନଙ୍କ ସାଧୁ ପରିଶ୍ରମ ଫଳରେ ଲୋକ ଚେତନା, ବ୍ୟକ୍ତିଗତ ଚିନ୍ତାଧାରା ବଦଳିବାରେ ଲାଗିଛି । ତଥାପି ସଂଘର୍ଷ ଚାଲିଛି ନୂଆ ଓ ପୁରୁଣା ମଧ୍ୟରେ, ଅନ୍ଧାର ଓ ଆଲୋକ ମଧ୍ୟରେ, ପାପ ଓ ପୁଣ୍ୟ ମଧ୍ୟରେ, ଅନ୍ୟାୟ ଓ ନ୍ୟାୟ ମଧ୍ୟରେ, ଅଧର୍ମ ଓ ଧର୍ମ ମଧ୍ୟରେ, ଅବିଶ୍ବାସ ଓ ବିଶ୍ବାସ ମଧ୍ୟରେ, ଅସତ୍ୟ ଓ ସତ୍ୟ ମଧ୍ୟରେ, ପାଶବିକ ଓ ମାନବିକ ଚେତନା ମଧ୍ୟରେ ତଥା କଥିତ ନିଚ୍ଚ ଓ ଉଚ୍ଚ ଜାତିର ମଧ୍ୟରେ । ନିଶ୍ଚୟ ସମୟ ଆସିବ, ଦୂର ନୁହେଁ ସେ’ଦିନ‌ । ସମାଜରେ ଜାତି, ଧର୍ମ,ବିଶ୍ବାସ ଓ ଈଶ୍ବର ନାମରେ ନିଜକୁ ଭିନ୍ନ ଭାବୁଥିବା ମଣିଷ ନ ଥିବେ । ସେ ଦିନ ଆସିବ କେବଳ ଏକ ଧର୍ମ ଥିବ, ମାନବିକ ମୁଲ୍ୟବୋଧ ହି ରହିଥିବ । ଯେପରି ଜଳର ଧର୍ମ, ଯେପରି ନିଆଁର ଧର୍ମ, ଯେପରି ମାଟିର ଧର୍ମ, ଯେପରି ବାୟୁର ଧର୍ମ, ଯେପରି ଆକାଶର ଧର୍ମ… ଠିକ୍‌ ସେହିପରି ମାନବ ଧର୍ମ ।

ସେ ଦିନ କଥାକୁ ମନେ ପକାନ୍ତି ଗୋପାଳ ଗଉଁତିଆ। ରାଣୀକୁ ଦେଖିଲେ ସାମାନ୍ୟ ଲାଜେଇ ଯାଆନ୍ତି । ଦିଲ୍ଳୀରୁ ଗାଁକୁ ଆସିଥିଲା ରାଣୀ ।
ସମୟର ସଂଯୋଗ ସବୁବେଳେ ନିଜର ମହାନତା ପ୍ରତିପାଦନ କରିଥାଏ । ମଦନାର ପୁଅ ସୁନ୍ଦର ମଧ୍ୟ ଆମେରିକାରୁ ଆସିଥିଲା । ସୁନ୍ଦର କାରରୁ ଉହ୍ଲେଇବା ବେଳେ ରାଣୀ ସହିତ ତା’ର ଭେଟ ହେଲା । ଅବଶ୍ୟ ସେମାନେ ପଡିଥିବା ବେଞ୍ଚରେ ବସି କ’ଣ କଥାବାର୍ତ୍ତା କରୁଥିଲେ ।ଗୋପାଳ ଗଉଁତିଆ ଓ ମଦନା ନିଜ ନିଜ ଜାଗାରେ ଥାଇ ସେମାନଙ୍କୁ ଦେଖୁଥିଲେ ନିର୍ବାକ ହୋଇ ।

ପେଲେସ ଲାଇନ୍‌, ବଲାଙ୍ଗିର, ମୋ.ନଂ.୯୪୩୭୯୬୦୩୨୬

Leave A Reply

Your email address will not be published.