ପାକିସ୍ତାନୀଙ୍କ ‌ଦ୍ୱାରା ଗୁଜବ ପ୍ରଚାର : ସୀମା ସଂଘର୍ଷରେ ୨୮ ଭାରତୀୟ ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପାକିସ୍ତାନୀଙ୍କ ‌ଦ୍ୱାରା ଦାବୀ କରାଯାଉଛି ଯେ, ଭାରତ-ପାକ୍ ସୀମାରେ ହୋଇଥିବା ସଂଘର୍ଷରେ ୨୮ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ଘଟିଛି । ଦାବୀ ସହିତ ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଦାବୀ କରୁଥିବା ଅଧିକାଂଶ ସୋସିଆଲ ମିଡିଆ ହ୍ୟାଣ୍ଡେଲ ପାକିସ୍ତାନରୁ ହିିଁ ଆସିଥିବା ସୂଚନାରେ କୁହାଯାଇଛି । ନଭେମ୍ବର ୧୩ ରେ ପାକିସ୍ତାନ ଜାମ୍ମୁ କାଶ୍ମୀରରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି ବୋଲି ରିପୋର୍ଟ କରାଯାଇଥିବା ବେଳେ ଏହି ରିପୋର୍ଟରେ ୨୮ ସୈନିକଙ୍କ ଶହୀଦ ହେବା ବିଷୟରେ ଉଲ୍ଲେଖ କରାଯାଇନାହିଁ । କେବଳ ପାକିସ୍ତାନୀଙ୍କ ‌ଦ୍ୱାରା ଏହା ଗୁଜବ ହୋଇଥିବା ଚ‌ର୍ଚ୍ଚା ହେଉଛି ।

Leave A Reply

Your email address will not be published.