pakka

ରୁଷ ଆକ୍ରମଣରେ ୨୦୦ରୁ ଅଧିକ ନିରୀହ ୟୁକ୍ରେନୀ ନିହତ : କ୍ୱିବକୁ ଅକ୍ତିଆର କରିବାକୁ ରୁଷର ପ୍ରଚଣ୍ଡ ପ୍ରଚେଷ୍ଠା

bbehera

କ୍ୱିବ୍‌ : ରୁଷର ନୃସଂଶ ଆକ୍ରମଣରେ ୟୁକ୍ରେନର ସାଧାରଣ ଜନତାଙ୍କ ଜୀବନ ବାଜିରେ ଲାଗିଛି । ରାଜଧାନୀ କ୍ୱିବର ରାସ୍ତା ଉପରେ ଶହ ଶହ ରୁଷ ଟ୍ୟାଙ୍କର ଘୁରି ବୁଲୁଥିବା ବେଳେ ଆକାଶରେ ଉଡୁଛି ଶହ ଶହ ଯୁଦ୍ଧ ବିମାନ । ରକେଟ ବୋମାମାଡରେ ରାଜଧାନୀ କ୍ୱିବର ଉଚ୍ଚତମ ଅଟ୍ଟାଳିକାଗୁଡିକ ଧୂଳିସାତ ହେବାରେ ଲାଗିଛି । ଲୋକେ ଭୟଭୀତ ହୋଇ ହଜାର ହଜାର ସଂଖ୍ୟାରେ ପଡୋଶୀ ଦେଶଗୁଡିକୁ ଆଶ୍ରୟ ନେବା ପାଇଁ ଚାଲିଯାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି ୟୁକ୍ରେନରେ । ୟୁକ୍ରେନର ସମସ୍ତ ବଡ ବଡ ସହର ଉପରେ ରୁଷ ପକ୍ଷରୁ ନଛୋଡବନ୍ଧା ଆକ୍ରମଣ ଯୋଗୁଁ ଧ୍ୱସ୍ତ ବିଧ୍ୱସ୍ତ ଏବେ ୟୁକ୍ରେନ । ତଥାପି ୟୁକ୍ରେନ ରାଷ୍ଟ୍ରପତି ଆତ୍ମସମର୍ପଣ କରିବା ଭଳି ମାନସିକତାରେ ନଥିବା ଦେଖିବାକୁ ମିଳୁଛି । ରୁଷର ୧୦୦୦ରୁ ଅଧିକ ସୈନ୍ୟଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନ ସୈନ୍ୟ ମାରିଥିବା ୟୁକ୍ରେନ ଦାବୀ କରିଛି । ସେହିପରି ରୁଷକୁ ମୁହଁତୋଡ ଜବାବ ଦେବାକୁ ସଂର୍ଘଷ ଜାରି ରଖିଛି ୟୁକ୍ରେନ ।

jay balangir
Leave A Reply

Your email address will not be published.

six + 4 =

error: Content is protected !!