pakka

ବିଜେଡିର ନୀଳ କୁମାରୀ ନାଏକ ଅମ୍ଭାଭୋନା ବ୍ଲକ ଜୋନରୁ ବିଜୟୀ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅମ୍ଭାଭୋନା ବ୍ଲକ ଜୋନରୁ ବିଜୁ ଜନତା ଦଳ ପ୍ରାର୍ଥନୀ ଶ୍ରୀମତୀ ନୀଳ କୁମାରୀ ନାଏକ ତାଙ୍କ ନିକଟତମ ପ୍ରାର୍ଥୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରଧାନଙ୍କୁ ୬୪୪୬ ଭୋଟରେ ପରାସ୍ତ କରିଛନ୍ତି । ୧୮ ତଥା ଶେଷ ରାଉଣ୍ଡ ଭୋଟ ଗଣତି ହୋଇଥିବା ବେଳେ ବିଜେଡ଼ିର ନୀଳ କୁମାରୀ ନାଏକ ୧୩,୬୮୭ ଭୋଟ ପାଇଥିବା ବେଳେ ଭାଜପା ପ୍ରଫୁଲ୍ଲ ପ୍ରଧାନ ୭୨୪୧ ଖଣ୍ଡ ଭୋଟ ପାଇଥିଲେ । ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ରଞ୍ଜିତ ଦାସ ୭୭୯ ଖଣ୍ଡ ଭୋଟ ପାଇଛନ୍ତି । ୭୦୪ ଖଣ୍ଡ ଭୋଟ ନାକଚ ହୋଇଛି ।

jay balangir
Leave A Reply

Your email address will not be published.

13 + ten =