ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସାଂସଦଙ୍କ କରୋନା ଟେଷ୍ଟ : ୧୭ ପଜିଟିଭ୍‌

ନୂଆଦିଲ୍ଲୀ : ଦେଶରେ ୧୭ ଜଣ ସାଂସଦଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି । ଏହି ସାଂସଦମାନଙ୍କ ମଧ୍ୟରେ ବିଜେପି ସାଂସଦ ମୀନାକ୍ଷୀ ଲେଖୀ, ପ୍ରବେଶ ସାହେବ ସିଂହ ବର୍ମା, କର୍ଣ୍ଣାଟକର ବିଜେପି. ସାଂସଦ ଅନନ୍ତ କୁମାର ହେଗ୍‌ଡେ଼ ମଧ୍ୟ ସାମିଲ୍‌ ଅଛନ୍ତି । ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କରୋନା ଟେଷ୍ଟ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଯାଇଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶେଷ ସାବଧାନତା ଅବଲମ୍ବନ କରାଯାଉଛି । ତେବେ ଯେଉଁ ସାଂସଦମାନଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି, ସେମାନେ କେବଳ ସଂସଦର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ।

Leave A Reply

Your email address will not be published.