pakka

କାଶ୍ମୀରରେ ଟାର୍ଗେଟ କିଲିଂ : ବ୍ୟାଙ୍କରେ ଭିଡ଼ ନଥିଲା, ସିଧାସଳଖ ବ୍ୟାଙ୍କ ଭିତରକୁ ପଶି ହିନ୍ଦୁ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କଲା ଆତଙ୍କବାଦୀ

kalikesh

କାଶ୍ମୀର : କାଶ୍ମୀରରେ ଟାର୍ଗେଟ କିଲିଂ ଘଟଣା ବନ୍ଦ ହେବାର ନାମ ନେଉନାହିଁ । ଆଜି ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କରିଥିବା ଘଟଣା ସାମ୍‌ନାକୁ ଆସିଛି । ଆତଙ୍କବାଦୀ କିପରି ବ୍ୟାଙ୍କ ମ୍ୟାନେଜରଙ୍କୁ ଆକ୍ରମଣ କରିଥିଲା, ତାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି ।

ସିସିଟିଭି ଫୁଟେଜ୍‌ରେ ଦେଖାଯାଇଛି ଯେ, ଆତଙ୍କବାଦୀ ଜଣକ ପ୍ରଥମେ ବ୍ୟାଙ୍କ ଭିତରକୁ ଚାହିଁ ଦେଖଛି ଯେ ସେଠାରେ ବେଶୀ ଭିଡ ନାହିଁ । ବ୍ୟାଙ୍କ ମ୍ୟାନେଜର ବିଜୟ କୁମାର ତାଙ୍କ ଡେସ୍କରେ ବସି କିଛି କାମ କରୁଥିବା ଫୁଟେଜ୍‌ରେ ଦେଖିବାକୁ ମିଳିଛି । ଏହା ପରେ ବ୍ୟାଙ୍କ ମ୍ୟାନେଜର ତାଙ୍କ ଆସନରୁ ଉଠି ଫୋନରେ କାହା ସହିତ କଥାବାର୍ତ୍ତା ଆରମ୍ଭ କରିଛନ୍ତି । ଏତିକି ବେଳେ ଆତଙ୍କବାଦୀ ହାତରେ ବ୍ୟାଗ ଧରି ବ୍ୟାଙ୍କ ଭିତରକୁ ପ୍ରବେଶ କରିଛି । ଅନ୍ୟ କୁଆଡେ଼ ନ ଚାହିଁ ଆତଙ୍କବାଦୀ ସିଧା ବ୍ୟାଙ୍କ ମ୍ୟାନେଜରଙ୍କ ଆଡକୁ ଯାଇ ତା’ ବ୍ୟାଗରୁ ଏକ ପିସ୍ତଲ ବାହାର କରି ବ୍ୟାଙ୍କ ମ୍ୟାନେଜରଙ୍କ ଉପରକୁ ଗୁଳି ଚଳାଇଛି । ଏହାପରେ ଆତଙ୍କବାଦୀ ତୁରନ୍ତ ଘଟଣା ସ୍ଥଳରୁ ପଳାଇ ଯାଇଛି । ଘଟଣା ପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା । ଚିକିତ୍ସା ସମୟରେ ବ୍ୟାଙ୍କ ମ୍ୟାନେଜରଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ସେପଟେ, ଆକ୍ରମଣକାରୀକୁ ଧରିବା ପାଇଁ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଛନ୍ତି । ଆତଙ୍କବାଦୀକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି । ଏହି ଘଟଣା କୁଲଗାମ୍‌ର ମୋହନପୋରାର ସ୍ଥାନୀୟ ଗ୍ରାମରେ ଘଟିଛି ।

pp
Leave A Reply

Your email address will not be published.

3 × 4 =