pakka

ଶୀତ ସମୟରେ ହାର୍ଟକୁ ସୁସ୍ଥ ରଖନ୍ତୁ

kalikesh

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ସମୟରେ ହୃଦଘାତ ମୃତ୍ୟୁର ସବୁଠାରୁ ବଡ କାରଣ ପାଲଟିଛି । କେବଳ ବୃଦ୍ଧ ନୁହଁନ୍ତି, ୪୦ ବର୍ଷରୁ କମ୍ ବୟସର ଲୋକମାନେ ମଧ୍ୟ ହୃଦଘାତର ଶିକାର ହେଉଛନ୍ତି । ଶୀତଦିନେ, ଏହି ସମସ୍ୟା ବହୁତ ବଢ଼ିଥାଏ । ଗ୍ରୀଷ୍ମ ତୁଳନାରେ ଶୀତଦିନେ ହୃଦଘାତ ହେତୁ ମୃତ୍ୟୁ ହାର ୨୬ ରୁ ୩୬ ପ୍ରତିଶତ ବୃଦ୍ଧି ପାଇଥାଏ ବୋଲି କୁହାଯାଏ ।

ବାସ୍ତବରେ ହୃଦୟ ଉପରେ ଅତ୍ୟଧିକ ଚାପ ହେତୁ ଅନେକ କ୍ଷେତ୍ରରେ ହାର୍ଟ ବିଫଳ ହୁଏ । ଗବେଷଣା ଅନୁଯାୟୀ, ଶୀତଦିନେ ହୃଦଘାତର ଆଶଙ୍କା ବଢ଼ିଯାଏ । ବିଶେଷକରି ସକାଳ ସମୟରେ । କାରଣ ସେହି ସମୟରେ ଶୀତ ହେତୁ ରକ୍ତ ସଂଚାଳନ ଶିରା ପ୍ରଶିରା ସଂକୁଚିତ ହୁଏ, ଯାହା ହୃଦୟକୁ ରକ୍ତ ଯୋଗାଉଥିବା ଧମନୀକୁ ପ୍ରଭାବିତ କରିଥାଏ । ସେଥିପାଇଁ ଶୀତଦିନେ ୫୩ ପ୍ରତିଶତ ହୃଦଘାତ ସକାଳ ସମୟରେ ହୋଇଥାଏ ।

ଶୀତ ସମୟକୁ ଆମୋଦଦାୟକ ସମୟ ଭାବରେ ପ୍ରାୟତଃ ବିବେଚନା କରାଯାଏ । ଏହି ଋତୁକୁ ଉପଭୋଗ କରିବା ପାଇଁ ଆମେ ଏତେ ବେପରୁଆ ହୋଇଯାଉ ଯେ, ଶରୀରକୁ ଗରମ ରଖିବା ପାଇଁ ବିଶେଷ ଯତ୍ନ ନେବାକୁ ଭୁଲି ଯାଉଁ । ଏହି କ୍ଷେତ୍ରରେ ହୃଦଘାତ ହେବାର ସମ୍ଭାବନା ବଢ଼ିଥାଏ । ସେଥିପାଇଁ ଏହା ଜରୁରୀ ଯେ, ଦୈନନ୍ଦିନ ଯୋଗ କରିବା ସହିତ ଖାଦ୍ୟର ଯତ୍ନ ନେବା ନିହାତି ଜରୁରୀ । ଶୀତ ସମୟରେ ନିଜକୁ ସବୁବେଳେ ଆକ୍‌ଟିଭ୍‌ ରଖନ୍ତୁ । ଆଳସ୍ୟ ସର୍ବଦା ଘାତକ ।

pp
Leave A Reply

Your email address will not be published.

twelve − five =