ରାଜ୍ୟପାଳଙ୍କ ସହ ସାକ୍ଷାତ ପରେ କଙ୍ଗନାଙ୍କ ହାତରେ ପଦ୍ମ

ମୁମ୍ବାଇ : ଅଭିନେତ୍ରୀ କଙ୍ଗନା ରନୌତ ଆଜି ସଂଧ୍ୟାରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ସହ ସାକ୍ଷାତ କରିଛନ୍ତି । ନିକଟରେ ବିଏମ୍‌ସି ପକ୍ଷରୁ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ତାଙ୍କ କାର୍ଯ୍ୟାଳୟରେ ବୁଲ୍‌ଡେଜର୍‌ ଲାଗିବା ପରେ ସେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟପାଳଙ୍କୁ ସାକ୍ଷାତ କରି ସାରିବା ପରେ କଙ୍ଗନା ମିଡ଼ିଆକୁ କହିଛନ୍ତି ଯେ, ମୋର ରାଜନୀତିରେ କିଛି ନେବାଦେବା ନାହିଁ । ମୋ ସହ ଅଭଦ୍ର ବ୍ୟବହାର ହୋଇଛି । ରାଜ୍ୟପାଳ ଝିଅ ଭଳି ମୋ’ କଥା ଶୁଣିଲେ । ମୋର ବିଶ୍ୱାସ ଅଛି ଯେ, ମତେ ନ୍ୟାୟ ମିଳିବ । ତେବେ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପରେ କଙ୍ଗନାଙ୍କ ହାତରେ ଦୁଇଟି ପଦ୍ମଫୁଲ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସ୍ଥିତିରୁ ଅନୁମାନ କରାଯାଉଛି ଯେ, କଙ୍ଗନା ବିଜେପି. ଆଡ଼କୁ ଢଳିଛନ୍ତି ।

Leave A Reply

Your email address will not be published.