ହାତୀ ଆକ୍ରମଣରେ ଯୁବକ ମୃତ

ଝାରସୁଗୁଡା : ହାତୀକୁ ଘଉଡ଼ାଇବା ବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା । ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଭାଲୁପିତ୍ରା ଗ୍ରାମରେ ଏଭଳି ଘଟଣାଘଟିଛି । ମୃତ ଯୁବକ ଜଣକ ଫକିର କିସାନ୍ (୩୦) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଶୁକ୍ରବାର ସକାଳୁ ଏକ ଦନ୍ତା ହାତୀ କିର୍ମିରା ବ୍ଲକ ଭାଲୁପତ୍ରା…
Read More...

ଟ୍ରକ୍‌ ଓ ବୋଲେରୋ ମୁହାଁମୁହିଁ ଧକ୍କା : ୭ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଶୁକ୍ରବାର ପାହାନ୍ତିଆରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଭୋର୍‌ ୩ଟା ସମୟରେ ଜାତୀୟ ରାଜପଥ ୨୬ କେସିଙ୍ଗା ରିଲାଏନ୍ସ ଟ୍ରେଣ୍ଡସ ଦୋକାନ ସାମ୍ନାରେ ଏକ ବୋଲେରୋ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣ…
Read More...

୭୮ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ଭବିଷ୍ୟତ ପାଇଁ ମହତ୍ୱାକାଂକ୍ଷୀ ଦୃଷ୍ଟିକୋଣ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୭୮ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ଅଭିବୃଦ୍ଧିକୁ ଆକାର ଦେବା, ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନେତା ଭାବରେ ଦେଶକୁ ଅବସ୍ଥାପିତ କରିବା ଉଦ୍ଦେଶ୍ୟରେ ଅନେକ ଭବିଷ୍ୟତ…
Read More...

ପ୍ୟାରିସ୍ ଅଲିମ୍ପିକ୍ସକୁ ଯାଇଥିବା ପ୍ରତ୍ୟେକ ଖେଳାଳି ଚାମ୍ପିୟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ଦଳ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସ୍‌ ଅଲିମ୍ପିକ୍ସରେ ଆମ ଦେଶର ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳ ସହ ଆଲୋଚନା କରିଛନ୍ତି । ନୂଆଦିଲ୍ଲୀରେ ସେମାନଙ୍କୁ…
Read More...

ଶିକାଛିଡାରେ ଚକ୍ଷୁ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମରେ ଗଣପତି କଳା ପରିଷଦ ଆନୁକୂଲ୍ୟରେ ଅଠସ୍ତରୀତମ ସ୍ୱାଧୀନତା ଦିବସ ଅବସରରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଶିକାଛିଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ବିନୀତ ପ୍ରଧାନ ଏବଂ…
Read More...

ତରେଇପାଟପୁର ଠାରେ ରାଇଜିଂଷ୍ଟାର ସୌଜନ୍ୟରେ ଦୁଇ ଦିନିଆ ଭୋଲି-ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ପଞ୍ଚାୟତର ତରେଇପାଟପୁର ଗ୍ରାମର ରାଇଜିଂଷ୍ଟାର ଭୋଲି-ବଲ୍ ଆସୋସିଏସନ୍ ପକ୍ଷରୁ ଦୁଇ ଦିନିଆ ଭୋଲି-ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଛତ୍ରପୁର ସବ୍-ଜେଲ୍…
Read More...

ଚୁଡାପାଲି ଶିଶୁମନ୍ଦିରରେ ସ୍ଵାଧୀନତା ଦିବସ ପାଳନ

ଚୁଡାପାଲି, (ରାଜେଶ ଦଣ୍ଡସେନା) : ଗୁରୁବାର ଦିନ ଆମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚୂଡ଼ାପାଲିରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ପରିଷଦର ପୂର୍ବତନ ସଭାପତି ଲୋକନାଥ କୁମୁରା ପତାକା ଉତ୍ତୋଳନ କରିଥିଲେ । ସମସ୍ତ…
Read More...

ରାଉରକେଲାରେ ବିଜେପିର ତ୍ରିରଙ୍ଗା ବାଇକ୍‌ ରାଲି

ରାଉରକେଲା, (ସସ୍ମିତା ପ୍ରଧାନ) : ସମଗ୍ର ଦେଶରେ ୭୮ତମ ସ୍ୱାଧିନତା ଦିବସ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲୁ ଥିବା ଅବସରରେ ଆଜି ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ତରଫରୁ ଜିଲ୍ଲା ସମ୍ପାଦକ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ରାୟଙ୍କ…
Read More...

ଆରୋଗ୍ୟ ଜନ ସେବା କେନ୍ଦ୍ର ଓ ମାତୃ ଶକ୍ତି ମିଶନ ଆନୁକୁଲ୍ୟରେ ୭୮ତମ ସ୍ଵାଧିନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସମଗ୍ର ଦେଶରେ ୭୮ତମ ସ୍ୱାଧିନତା ଦିବସ ଧୁମ୍‌ଧାମରେ ପାଳନ କରାଯାଉଛି ଏହି ପରିପ୍ରେକ୍ଷୀରେ କୋଏଲ ନଗର ଡି -୧୪୭ରେ ଅବସ୍ଥିତ ଆରୋଗ୍ୟ ଜନ ସେବା କେନ୍ଦ୍ର ଓ ମାତୃ ଶକ୍ତି ମିଶନ ଆନୁକୁଲ୍ୟରେ ୭୮ତମ ସ୍ଵାଧିନତା ଦିବସ ପାଳନ କରାଯାଇଛି । ଭାରତୀୟ ଜନତା…
Read More...

ହମିରପୁର ଉନ୍ନୟନ ପରିଷଦର ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉନ୍ନୟନ ପରିଷଦର ସଭାପତି ଡ଼କ୍ଟର ସୁମନ ଦତ୍ତଙ୍କ ନେତୃତ୍ୱରେ ହମିରପୁରର ତାରିଣୀ ମନ୍ଦିର ନିକଟରେ ଅଠସ୍ତରୀତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟଅତିଥି ପ୍ରଶାନ୍ତ କୁମାର ସୋମ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବଳିଦାନକୁ ସ୍ମରଣ କରି ତାଙ୍କୁ…
Read More...