ବିଶ୍ୱ ବିଦ୍ୟାଳୟରେ ନୂତନ ବିଭାଗ ଖୋଲିବା ପାଇଁ କୁଳପତିଙ୍କୁ ଛାତ୍ର କଂଗ୍ରେସର ଦାବୀପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ହେଉଛି ଓଡିଶା ତଥା ପଶ୍ଚିମ ଓଡିଶାର ଗୋଟେ ପ୍ରମୁଖ ଶିକ୍ଷାନୁଷ୍ଠାନ । କିନ୍ତୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇବାର ପ୍ରାୟ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ମନସ୍ତତ୍ୱ ବିଭାଗ, ସମାଜ ଶାସ୍ତ୍ର, ମାନବ ଶାସ୍ତ୍ର ତଥା ବିଭିନ୍ନ ସେଲ୍ଫ ଫାଇନାସିଙ୍ଗ କୋର୍ସ ଏମ.ବି.ଏ, ଏମ.ସି.ଏ ଓ ଇଣ୍ଟିଗ୍ରେଟେଡ଼ ବି.ଇ.ଡି ଭଳି ବିଭାଗ ଏ ପର୍ଯ୍ୟନ୍ତ ଖୋଲି ନାହିଁ । ଏତଦ୍‌ ବ୍ୟତୀତ ବିଭିନ୍ନ ବିଷୟ ଯଥା କମ୍ପୁଟର ବିଜ୍ଞାନ, ଦର୍ଶନ ଶାସ୍ତ୍ର, ଶିକ୍ଷା ବିଭାଗ, ଭୂଗୋଳ ବିଭାଗରେ ସ୍ନାତକୋତ୍ତର ଶିକ୍ଷାଦାନର ବ୍ୟବସ୍ଥା ନାହିଁ । ଆହୁରି ଉଚ୍ଚତ୍ତର ଗବେଷଣା ପାଇଁ ମଧ୍ୟ ବିଶ୍ୱ ବିଦ୍ୟାଳୟରେ ସୁବିଧା ନାହିଁ । ଏଣୁ ଏହିସବୁ ବିଭାଗ ବିଶ୍ୱବିଦ୍ୟାଳୟରେ ନୂତନ ଭାବରେ ଖୋଲିବାକୁ ଦାବୀ ଜଣାଇ ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ଜିଲ୍ଲା ଛାତ୍ର କଂଗ୍ରେସ କମିଟି ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ କୁଳପତିଙ୍କ ସହ ସାକ୍ଷାତ ଆଲୋଚନା କରି ନିଜର ଦାବୀ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ମୁଖପାତ୍ର ନୀତିଶ ପଧାନ, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଛାତ୍ର କଂଗ୍ରେସ କମିଟି ଉପ-ସଭାପତି ଦିନେସ ସାହୁ, ସାଧାରଣ ସମ୍ପାଦକ ସରୋଜ ସାହୁ, ଛାତ୍ର ନେତା ଶ୍ରୀକାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.