csstore

ତୁରେକେଲା ବ୍ଲକ ଅର୍ନ୍ତଗତ ବଡ଼ଡ଼କଲା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରଠାରେ ନୂତନ ପ୍ରସୂତି କକ୍ଷ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅର୍ନ୍ତଗତ ବଡ଼ଡ଼କଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ନୂତନ ପ୍ରସୂତି କକ୍ଷ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ରାଜେନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ସମ୍ମାନିତ ଅତିଥି ଭାବରେ ଅଗଲପୁର ବ୍ଲକ ଉପାଧ୍ୟକ୍ଷ ନିରୂପମା ପ୍ରଧାନ, ପିପି ସଂଯୋଜିକା ଜୟନ୍ତୀ ମେହେର, ବିଜେଡ଼ି ବ୍ଲକ ସଭାପତି ଆସାଦୁଲା ଖାନ, ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ା. ଲକ୍ଷ୍ମଣ ପ୍ରସାଦ ମିଶ୍ର, ସମିତି ସଭ୍ୟ ଗିରିରାଜ ସିଂ ମାଝୀ, ସରପଞ୍ଚ ନୀଳବତୀ ଧରୁଆ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ସାହୁ କହିଥିଲେ ଯେ, ଏହି ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଯାହା ଆବଶ୍ୟକ ତଥା ସମସ୍ୟା ରହିଛି ତାକୁ ଯଥା ଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଉଦ୍‌ଘାଟନ ସମାରୋହରେ ଡା.ସୁଧୀର କୁମାର ମେହେର, ସଂଜୟ ବାଗ, ଦେବରାଜ ପଣ୍ଡା, ସସ୍ମିତା ସିଂହ, ସ୍ମିତାଞ୍ଜଳି ପଣ୍ଡା, ଯୋଶଦା ସା ସହିତ ସ୍ଵାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.