ମାହେଶ୍ୱରୀ ସଙ୍ଗଠନର ସ୍ୱାସ୍ଥ୍ୟସେବା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିନ୍ଧାପାଲି ଗ୍ରାମର ନିର୍ମଳ ସାହୁଙ୍କ ଶରୀରର ବାମ ପାର୍ଶ୍ଵ ହିପରେ ସେକେଣ୍ଡାରୀ ଅଷ୍ଟିଓଆଥରାଇଟିସ୍ ସମସ୍ୟା ରହିଥିଲା । ସମସ୍ୟାର ଦୂରୀକରଣ ପାଇଁ ନିର୍ମଳ ସାହୁଙ୍କ ପରିବାର ଲୋକେ ଆଗଲପୁର ବ୍ଲକର ମାହେଶ୍ୱରୀ ସଙ୍ଗଠନକୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ ଆଗଲପୁର ମାହେଶ୍ୱରୀ ସଂଗଠନର ସଭାପତି ପ୍ରମୋଦ କୁମାରଙ୍କୁ ଯୋଗାଯୋଗ କଲାପରେ ପରେ ତୁରନ୍ତ ଛତିଶଗଡ଼ ରାୟପୁର ସ୍ଥିତ ଶ୍ରୀ ବାଲାଜୀ ହସପିଟାଲରର ପ୍ରିୟଦର୍ଶନ ପଣ୍ଡା ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ । ମାହେଶ୍ୱରୀ ସଙ୍ଗଠନର ପ୍ରଚେଷ୍ଟାରେ ଶ୍ରୀ ବାଲାଜୀ ହସପିଟାଲ୍‌ର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କରାଯାଇଥିବା ନିର୍ମଳ ସାହୁଙ୍କ ହାଇବ୍ରିଡ୍ ଟୋଟାଲ ହିପ୍ ରିପ୍ଲେସମେଣ୍ଟ ଅସ୍ତ୍ରୋପଚାର ମାଗଣାରେ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି । ଯଦ୍ୱାରା ବର୍ତ୍ତମାନ ନିର୍ମଳ ସାହୁ ସୁସ୍ଥ ଅଛନ୍ତି । ମାହେଶ୍ଵରୀ ସଙ୍ଗଠନର ନିର୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସୂଚନା ଦେଇଥିଲେ ।

Leave A Reply

Your email address will not be published.