ସଂକ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ମଇ ୨ ତାରିଖରୁ ଆରମ୍ଭ ହୋଇ ମଇ ୬ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନି ବ୍ୟାପୀ ହୋଇଥିବା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅମଠି ଗ୍ରାମ ପଞ୍ଚାୟତ ସଂକ୍ରୀ ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ସମୀକ୍ଷା ତଥା ଆୟବ୍ୟୟର ଅଟକଳ ହୋଇ ଏକ ବୈଠକ କମିଟି ସଭାପତି ଲୋଚନ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ମହାଦେବ ବେହେରା ପରିଚାଳନା କରିଥିଲେ । ବୈଠକ ଆରମ୍ଭରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ ଯେଉଁ ମାନଙ୍କର ବିଶେଷ ଆଗ୍ରହ ପ୍ରକାଶ କରିଥିଲେ ସେହି ମାନଙ୍କୁ ଗ୍ରାମର ଗୌନ୍ତିଆ ହୃଦାନନ୍ଦ ପାଣ୍ଡେ, ମନୋଜ ପାଣ୍ଡେ, ଲୋଚନ ପାଣ୍ଡେ ସମ୍ମାନିତ କରିଥିଲେ । ଏଥିରେ ନିତ୍ୟାନନ୍ଦ ପାଣ୍ତେ, ଚକ୍ରଧର ପାଣ୍ତେ, ଲୋଚନ ପାଣ୍ଡେ, ଯତୀନ୍ଦ୍ର ହାତୀ, ହୀରାଲାଲ ସୋନି, କୈଳାସ ସାହୁ, ମଦନ ସାହୁ, ମହେନ୍ଦ୍ର ସାହୁ, ଫତେସିଂ ନାଏକ, ଖୁଲୁ ଗିର୍ଣ୍ଣା, ପୀତାମ୍ବର ପଟେଲ, ରାମଚନ୍ଦ୍ର ସାହୁ, ଭକ୍ତ ରଣା, ପୀତବାସ ରଣା, ସହଦେବ ପାଣ୍ତେ, ଭୁବନେଶ୍ୱର ବନଛୋର, ଡୋଲାମଣି ସାହୁ, ବସନ୍ତ ଶିବିର, ରଘୁମଣି ଶବର, ବଳଭଦ୍ର ବିଶ୍ବାଳ, ନରସିଂ ବେହେରା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଗୁଣ ସାଗର ଭୁଏ, ଚତୁର୍ଭୁଜ ପାଣ୍ତେ, କମିଟି ସଂପାଦକ କିଶୋର ପ୍ରଧାନ, ଅକ୍ଷୟ ପାଣ୍ତେ, ଅଜିତ ମାହାକୁର ଗତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ହୋଇଥିବା ଆୟବ୍ୟୟ ସଂପର୍କରେ ଏକ ଚିଠା ଉପସ୍ଥାପନ କରିଥିଲେ । ଆୟ ମୋଟ ୨୭ ଲକ୍ଷ ୬୫ ହଜାର ୩୧୯ ଟଙ୍କା ହୋଇଥିବା ବେଳେ ବ୍ୟୟ ୨୫ ଲକ୍ଷ ୨୨ ହଜାର ୦୪୫ ଟଙ୍କା ହୋଇଥିଲା । କମିଟି ତରଫରୁ ପ୍ରାଞ୍ଜଳ ଭାବରେ ଖର୍ଚ୍ଚର ବିବରଣୀ ପ୍ରଦାନ ହୋଇଥିଲା । ଗ୍ରାମବାସୀ ଖୁସି ବ୍ୟକ୍ତ କରିଥିଲେ । ଏହି ବୈଠକରେ କୀର୍ତ୍ତନ ସୋନି, ନାରାୟଣ ସାହୁ, ଭାସ୍କର ସାହୁ, ପିତାମ୍ବର ସାହୁ, ବୀରେନ୍ଦ୍ର ସାହୁ, ପ୍ରତାପ ପାଣ୍ତେ, ନେହେରୁ ପାଣ୍ତେ, ବୈବ ରଣା, ଝାଙ୍କର ବରିହା, ମାୟାଧର ପାଣ୍ତେ, ପୀତାମ୍ବର ବରିହା, ରାଜେନ୍ଦ୍ର ପାଣ୍ତେ, ଥବିର ପାଣ୍ତେ, ନୀଳମଣି ପାଣ୍ତେ, ଜୟରାମ ହାତୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଗଣେଶ୍ଵର ପଟେଲ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.